ମେୟର ଶ୍ରୀ ସୁଭାଷ ସିଂହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୀତ ବସ୍ତ୍ର ବିତରଣ କରି କହିଲେ ସମାଜର ଦୁଃଖୀ ଓ ଦରିଦ୍ର ମାନଙ୍କୁ ଜତ କିଞ୍ଚିତ ସାହାର୍ଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଏଭଳି ଜନସେବା ପାଇଁ ହାତ ବଢ଼ାଇବା ଏକ ନିଶ୍ଚିତ ପ୍ରଶଂସନୀୟ ଉଦ୍ୟମ। କଟକ ମହାନଗର ନିଗମ ପକ୍ଷରୁ କଟକ ସହରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି । ସର୍ବ ସାଧାରଣ ଏହି ଯୋଜନା ରେ ସାମିଲ ହୋଇ ଐତିହସିକ କଟକ ସହରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶ୍ରୀ ସିଂହ ଗୁରୁତ୍ୱ ଦେଇଛନ୍ତି ।
ସ୍ମୃତି ସଂସଦର ସଭାପତି କିଶନ କୁମାର ଶର୍ମା ସ୍ବାଗତ ଭାଷଣ ଦେଇ ସ୍ମୃତି ପରିଷଦର ବିଭିନ୍ନ ଜନସେବା କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ଦିନରେ ନିଗମର ଆଉ କେତେକ ୱାର୍ଡରେ ଶୀତବସ୍ତ୍ର ବିତରଣ ଓ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବାର କାର୍ଯକ୍ରମ ରହିଛି,ଏହି କାର୍ଯ୍ୟକ୍ରମରେ ସାହି ମୂରବୀ ଲକ୍ଷ୍ମୀନାରାୟଣ ଚର୍ଟାଜି,ମନୋଜ ଶର୍ମା,ରାଜେନ୍ଦ୍ର କୁମାର ନାୟକ,ଜଗନ୍ନାଥ ରାଓ, ଏମ୍.ଡି ଗୋରା ,ଏସ ଦୁର୍ଗା ରାଓ,ଏମ.ରାଜୁ,କିଶୋର ମହାନ୍ତି,ସ୍ମୃତିରଞ୍ଜନରାଉତ, ସୁଶୀଲ ଶର୍ମା,ଦେବକିଶୋର୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.