ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିନ୍ଦଲ ଷ୍ଟେନଲେସ୍‌ର ଏମଡି ଷ୍ଟେନଲେସ୍‌‍ ଷ୍ଟିଲ୍‌‍ ଶିଳ୍ପ ପାର୍କର ଭିତିପ୍ରସ୍ତର ସ୍ଥାପନ କଲେ

୨୭୧ ଏକର ବିଶିଷ୍ଟ ୧୯ ହଜାର ଲୋକଙ୍କୁ ଚାକିରୀ ସୁଯୋଗ ମିଳିବ

୦୪ ଡିସେମ୍ବର ରବିବାର (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମେକ୍‌‍ ଇନ୍‌‍ ଓଡ଼ିଶା କନକ୍ଲେଭ୍‌‍ ୨୦୨୨ରେ ଏକ ଉଲ୍ଲେଖନୀୟ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିନ୍ଦଲ ଷ୍ଟେନଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଅନଲାଇନ ଜରିଆରେ ଯାଜପୁରରେ ଏକ ଷ୍ଟେନଲେସ୍‌‍ ଷ୍ଟିଲ୍‌‍ ଶିଳ୍ପ ଭିତିକ ପାର୍କର ଭତିପ୍ରସ୍ତର ସ୍ଥାପନ କରିଛନ୍ତି । ଦେଶୀୟ ଉତ୍ପାଦନକୁ ସଶକ୍ତ କରିବା ତଥା ଅପ୍‌ଷ୍ଟ୍ରିମ୍‌‍ ଓ ଡାଉନ୍‌ଷ୍ଟ୍ରିମ୍‌‍ ଇଣ୍ଡଷ୍ଟ୍ରି ଲିଙ୍କେଜକୁ ମଜଭୁତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଭାରତର ଏହି ପ୍ରଥମ ଷ୍ଟେନଲେସ୍‌‍ ଷ୍ଟିଲ୍‌‍ ଶିଳ୍ପ ପାର୍କ ହେବା ଫଳରେ ପୂର୍ବ ଭାରତରେ ଖଣିଜ ଦ୍ରବ୍ୟ ଉତ୍ପାଦନ ଓ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି ।

ଜିନ୍ଦଲ ଷ୍ଟେନଲେସ୍ ଯାଜପୁରରେ ଉତ୍ପାଦନ ସୁବିଧା ସହିତ ବିସ୍ତାର ଭାବରେ ନିର୍ମାଣ ହୋବକୁ ଥିବା ଏହି ପାର୍କ କଂଚାମାଲ ଠିକ୍ ସମୟରେ ଯୋଗାଣ ଏବଂ ପ୍ରସ୍ତୁତ ସାମଗ୍ରୀ ପଠାଇବା ପାଇଁ ପ୍ରମୁଖ ରାଜପଥ ସହିତ ରଣନୀତିଗତ ଭାବରେ ସଂଯୁକ୍ତ । ୬ ବର୍ଷ ଭିତରେ ଦୁଇଟି ପର୍ଯ୍ୟାୟରେ ଏହି ଶିଳ୍ପ ପାର୍କ ସ୍ଥାପନ ହେବାକୁ ଯୋଜନା ରହିଛି । ଏଥିରେ ୧୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଖର୍ଚ୍ଚ କରାଯିବ । ଷ୍ଟେନଲେସ୍‌‍ ଷ୍ଟିଲ୍‌‍ ଶିଳ୍ପ କ୍ଷେତ୍ରରେ ପାର୍କଟି ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି । ଏହାସହ ୧୦୦ରୁ ଅଧିକ ଡାଉନ୍‌ଷ୍ଟ୍ରି ମ୍‌‍ ଓ ସହାୟକ କମ୍ପାନୀକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଏହିଅବସରରେ ଜିନ୍ଦଲ ଷ୍ଟେନଲେସ୍‌‍ ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ବିଶ୍ୱସ୍ତରୀୟ ଷ୍ଟେନଲେସ୍‌‍ ଷ୍ଟିଲ୍‌‍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନାମକୁ ଆହୁରି ଉଜ୍ଜ୍ୱଳ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଉଭୟ ଉତ୍ପାଦନ ଏବଂ ବ୍ୟବସାୟ କ୍ଷେତ୍ରରେ ଆମେ ୩୬୦ ଡିଗ୍ରୀ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛୁ । ଗୋଟିଏ ପଟେ ଏହି ଶିଳ୍ପ ପାର୍କଟି କଂଚାମାଲରୁ ଉତ୍ପାଦିତ ଦ୍ରବ୍ୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଥିବା ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ । ଅନ୍ୟପକ୍ଷରେ ଆର୍ôଥକ ଅଭିବୃଦ୍ଧି ପାଇଁ ଅଗ୍ରଣୀ ଭୂମିକା ନେଉଥିବା କ୍ରୟ, ବିକ୍ରୟ, ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି, ଭତିଭୂମିର ଆଧୁନିକୀକରଣ, ସାମାଜିକ-ଆର୍ôଥକ ବିକାଶ ଏବଂ ଶିଳ୍ପ ପରିପକ୍ୱତା ଆଦି ସମ୍ପୃକ୍ତ ସମସ୍ତ ଭାଗିଦାରଙ୍କୁ ମଧ୍ୟ ସଶକ୍ତ କରିପାରିବ ।

ଡାଉନ୍‌ଷ୍ଟ୍ରିମ୍‌‍ ପାର୍କରେ ୱାଇଡର ଲୁପ୍‌‍ ରୋଡ୍‌‍, ଯଥେଷ୍ଟ ପାର୍କିଂ ସ୍ଥାନ ଆଦିର ଉନ୍ନତମାନର ଲଜିଷ୍ଟିକ୍‌‍ ସେବା ମଧ୍ୟ ରହିବ । ଏହାସହ ନବୀକରଣ ଶକ୍ତି, ଜଳ ଏବଂ ଦକ୍ଷ ମାନବସମ୍ବଳ ପରି ଉପଯୋଗୀ ସେବା ମଧ୍ୟ ରହିବ । ଏହି ମାନଦଣ୍ଡ ଷ୍ଟେନଲେସ୍‌‍ ପାର୍କକୁ ଅଧିକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ସହ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ପ୍ଲାଂଟ ପ୍ରତିଷ୍ଠା କରିବାକୁ ଆକର୍ଷିତ କରିବ । ଏହି ବର୍ଦ୍ଧିତ ପର୍ଯ୍ୟାୟରେ କମ୍ପାନୀର ଯାଜପୁର ଶାଖାରେ ୨୦୨୩ ଆର୍ôଥକ ବର୍ଷ ସୁଦ୍ଧା ମେଲ୍ଟ ଦକ୍ଷତା ୧.୧ ମେଟ୍ରିକ୍‌‍ ଟନ ୨.୧ ମେଟ୍ରିକ୍‌‍ ଟନ ଅର୍ଥାତ୍‌‍ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ ।

ଏହି ଶିଳ୍ପ ପାର୍କ ଫଳରେ ଅଟୋମୋଟିଭ୍‌‍, ଆର୍କିଟେକ୍ଚୁ ରାଲ୍‌‍, ବିଲ୍ଡିଂ ଆଣ୍ଡ କନ୍‌ଷ୍ଟ୍ର କ୍ସଗନ୍‌‍, ପାଇପ୍ସ ଆଣ୍ଡ ଟ୍ୟୁବ୍ସ, ଶିଳ୍ପ ସାମଗ୍ରୀ, ଗ୍ରାହକ ସାମଗ୍ରୀ, ଜୀବନଶୈଳୀ, ରୋଷେଇ ସାମଗ୍ରୀ ଓ ସହରାଂଚଳ ଆସବାବପତ୍ର ଆଦି ଗ୍ରାହକ ବିଭାଗରେ ନିଜର ଉପସ୍ଥିତିକୁ ବଢ଼ାଇପାରିବ । ‘ଆତ୍ମନିର୍ଭର ଭାରତ’ ପଦକ୍ଷେପରେ ଜିନ୍ଦଲ ଷ୍ଟେନଲେସ ଏହି ପ୍ରତିଶ୍ରୁତିବଦ୍ଧ ଶିଳ୍ପ ପାର୍କ ପ୍ରକଳ୍ପ ବିଭିନ୍ନ ଶିଳ୍ପ ଯଥା, ଔଷଧ, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏକ ଆଖିଦୃଶିଆ ଅଂଶଗ୍ରହଣର ସୁଯୋଗ ସୃଷ୍ଟି କରିବ ।