No Result
View All Result
୦୪ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- ଯେଉଁ ହାତରେ ଦିନେ ବନ୍ଧୁକ ଥିଲା ଆଜି ସେ ହାତରେ ମହେନ୍ଦି ଲାଗିଛି। ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦୁଇ ଝିଅଙ୍କ ବିବାହ କରାଯାଉଛି। ଦୁଇ ଝିଅଙ୍କ ନାମ ହେଲା ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ କରୁଣା ସପନିତା। ସପନିତାର ଘର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଗୁଡ୍ରି ଗ୍ରାମରେ। ସେ ୨୦୧୮ ମସିହାରେ ମାଓବାଦୀ ସଂଘଠନରେ ସାମିଲ ହୋଇଥିଲେ ଏବଂ ୨୦୧୯ ମସିହାରେ କନ୍ଧମାଳ ଏସ. ପି ଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିଲେ। ସେହିଭଳି ଫୁଲବତିଙ୍କ ଘର ଛତିଶଗଡ ରାଜ୍ୟ କଂକେର ଜିଲ୍ଲା ଗୁମୁଡି ଗ୍ରାମରେ। ସେ ୨୦୦୮ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ ଏବଂ୨୦୨୧ ମସିହାରେ ପୁଲିସ ଡିଜି ଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲେ l
ଆତ୍ମ ସମର୍ପଣ କରିବା ପର ଠାରୁ ଉଭୟ କନ୍ଧମାଳ ଜିଲ୍ଲା ପୁଲିସ ହେପାଜତରେ ରହିଥିଲେ। ରବିବାର ଦିନ ଉଭୟଙ୍କ ବାହାଘର ହେଉଛି। ସପନିତାର ବିବାହ ଦାରିଙ୍ଗବାଡିର ବିନୋଦ ନାମକ ଯୁବକ ସହିତ ହେଉଛି ଏବଂ ଫୁଲବତିର ବିବାହ ଜି. ଉଦୟଗିରିର ସ୍ୱପ୍ନେଶ୍ୱର ନାମକ ଯୁବକ ସହିତ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ ବାହାଘରର ସମସ୍ତ ବ୍ୟବସ୍ଥା ହୋଇଛି। ଯେଉଁଥିରେ ପୁଲିସ ପ୍ରଶାସନିକ କର୍ମଚାରୀଙ୍କ ସମେତ ବର ଓ କନ୍ୟା ପକ୍ଷ ସାମିଲ ହୋଇଛନ୍ତି। ନନ୍ଦିନୀ କହିଛନ୍ତି, ସେ ଏସ୍ପିଙ୍କ ଝିଅ ହୋଇଯାଇଥିଲେ। ଏବେ ତାଙ୍କୁ ଛାଡ଼ି ଶାଶୁ ଘରକୁ ଯିବାକୁ ପଡ଼ୁଛି। ସେ ବାପା ଭଳି ତାଙ୍କୁ ଭଲ ରାସ୍ତାକୁ ଆଣିଥିଲେ। ଏବେ ବାହା ଦେଉଛନ୍ତି। ଏହାକୁ ନେଇ ସେ ଖୁସୀ । ସେପରି ଫୁଲବତି କହିଛନ୍ତି, ସମସ୍ତ ମାଓବାଦୀମାନେ ଅସ୍ତ୍ର ଛାଡ଼ି ଭଲ ବାଟକୁ ଆସିଯିବା ଉଚିତ୍। ଏହା ଦ୍ୱାରା ସେମାନେ ନିଜର ଓ ସମାଜର ଉନ୍ନତିରେ ସାମିଲ ହୋଇପାରିବେ।

No Result
View All Result