ଓଡିଶା ତାଜା ନ୍ୟୁଜ୍ (୦୫ ଜୁନ୍ ଶୁକ୍ରବାର ) ରଣପୁର :- ରଣପୁର ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ଶ୍ରୀ ମନ୍ଦିରରେ ସ୍ନାନଯାତ୍ରା ଶୁକ୍ରବାର ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ପାଇଁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା ଯୋଗୁ ବିନା ଭକ୍ତରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ବିଜେ କରିଛନ୍ତି ।
ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀଜୀଉମାନଙ୍କୁ ଅଁଳା, ତୁଳସୀପତ୍ରରେ ସୁସଜ୍ଜିତ କରାଯାଇ ଗଜାନନ ବେଶ କରାଯାଇଥିଲା । ସକାଳେ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଧାଡି ପହଣ୍ଡିରେ ସ୍ନାନବେଦୀକୁ ଅଣାଯାଇଥିଲା । ସନ୍ଧ୍ୟା ଧୂପ ପରେ ବାହୁଡା଼ ପହଣ୍ଡି ନୀତି ଆରମ୍ଭ ହେବ ।
ଏହା ପରେ ଅଣସର ନୀତି ଆରମ୍ଭ ହେବ । ଚଳିତ ବର୍ଷ ପ୍ରଭୁ 15 ଦିନିଆ ଅଣସରରେ ରହିବେ । ପ୍ରଥମ ଥର ପାଇଁ ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସୀମିତ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି । ଭକ୍ତମାନେ ମନ୍ଦିର ବାହାରେ ରାସ୍ତା ଉପରେ ରହି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।
ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ କ୍ଷିପ୍ର ବେଗରେ ଆଗେଇ ଚାଲିଛି । ଵିଧି ଅନୁଯାୟୀ ଆଜି ୩ ରଥର ଚକ ଡେରା ହେବ । ମନ୍ଦିର ପ୍ରଶାସନ ତରଫରୁ ସେବାୟତ ଓ ମହାରଣାମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି । (ରଣପୁର – ପ୍ରତିନିଧିଙ୍କ ରିପୋର୍ଟ/ସୁଶୀଲ କୁମାର ରଣା/ସୋନାଲି )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com