ଓଡିଶା ତାଜା ନ୍ୟୁଜ୍ (୦୫ ଜୁନ୍ ଶୁକ୍ରବାର ) ନୟାଗଡ ଜିଲ୍ଲା :- ଆମେ ଖାଉଥିବା ଖାଦ୍ୟ, ଆମେ ନିଶ୍ୱାସ ନେଉଥିବା ବାୟୁ, ଆମେ ପିଇଥିବା ଜଳ ଏବଂ ଜଳବାୟୁ ଯାହା ଆମ ଗ୍ରହକୁ ବାସଯୋଗ୍ୟ କରିଥାଏ ପ୍ରକୃତିରୁ ଆସିଥାଏ, ନିଜ ପାଇଁ ଯତ୍ନ ନେବା ପାଇଁ ଆମେ ପ୍ରକୃତିର ଯତ୍ନ ନେବା ଆବଶ୍ୟକ । ଜାଗ୍ରତ ହେବାର ସମୟ ଆସିଛି । ପ୍ରକୃତି ପାଇଁ ଏହା ସମୟ । ଏଣୁ ଆଜିର ଦିନରେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ପ୍ରକୃତି ପ୍ରେମୀ ମାନେ ଗୋଡିପଡା ଥାନା ଓ ମେଡିକାଲ ପରିସର ରେ ବଉଳ ,ଆମ୍ବ ଅର୍ଜୁନ ଇତ୍ୟାଦି ଚାରା ରୋପଣ କରିବା ସହ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରିବା ,ପଲିଥିନ ପ୍ଲାଷ୍ଟିକ ବ୍ୟବାହାର ନକରିବା ପାଇଂଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଜାରିରଖିବେ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି ଗୋଡିପଡା ଠାରେ ବିଶ୍ଵ ପରିବେଶ ଦିବସ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହି ମାଖିଲାମୁଣ୍ଡା ଯୁବ ପରିଷଦ ଓ ଫେଣ୍ତ ସ୍ ହେଲ୍ପ୍ ଗୁପ୍ ର ସହ ଭାଗିତାରେ ଆୟୋଜନ କରାଯାଇଥିଲା । ପ୍ରଥମେ ଗୋଡିପଡା ଫାଣ୍ଡି ଠାରେ ବୃକ୍ଷରୋପଣ କରାଯାଇଥିଲ । ଏଥିରେ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଶତପଥି , କନେଷ୍ଟବଳ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ ମହୋଦୟ ସହଯୋଗ କରିଥିଲେ । ଦ୍ଵିତୀୟ ରେ ଗୋଡିପଡା ପ୍ରାଥମିକ ହସ୍ପିଟାଲରେ ବୃକ୍ଷରୋପଣ କରାଯାଇଥିଲା ।
ଏହାକୁ ଡା ଯଶୋବନ୍ତ ସୁବୃଦ୍ଧି ଙ୍କ ମାଧମରେ ବୃକ୍ଷ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇନ୍ଜିବୀ ପ୍ରଭାତ କୁମାର ପୃଷ୍ଟି ଓ ଫେଣ୍ତସ୍ହେଲ୍ସ ଗୁପ୍ର ର ସମସ୍ତ ସମାଜ ସେବୀ ଜ୍ଞାନରଞ୍ଜନ ପଣ୍ଡା, ସୁଜିତ କୁମାର ପ୍ରଧାନ, ଉମେଶ ଜେନା, ପ୍ରଦୀପ ସେନାପତି ଓ ପ୍ରକାଶ କୁମାର ମାନ୍ନା ଓ ମାଖିଲା ମୁଣ୍ଡା ଯୁବ ପରିଷଦର ସଦସ୍ୟ ରାମଚନ୍ଦ୍ର ସାହୁ, ରାଜାରାମ ମୋହନ ସେନାପତି, ଆଶୁତୋଷ ଡାକୁଆ, ସୁରେଶ କୁମାର ମହାରଣା ଓ ରାଜବ ଲୋଚନ ସାହୁ ସହଯୋଗ କରିଥିଲେ । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com