ଓଡିଶା ତାଜା ନ୍ୟୁଜ୍ (୦୫ ଜୁନ୍ ଶୁକ୍ରବାର ) ନୟାଗଡ ଜିଲ୍ଲା :- ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ନୟାଗଡ ସମେତ ଜିଲ୍ଲାର ରଣପୁର, ଖଣ୍ଡପଡା, ଦଶପଲ୍ଲା ଆଦି ଅଞ୍ଚଳ ରେ ଦେବୋତ୍ତର ବିଭାଗର ସୁପରିଚାଳନାରେ ସେବାୟତ ମାନଦ୍ୱାରା ସୃଷ୍ଟ ଆଧ୍ୟାତ୍ମିକ ପରିବେଶରେ ଚତୁର୍ଦ୍ଧାମୁର୍ତି ଙ୍କ ସ୍ନାନ ଯାତ୍ରା କରୋନା ମହାମାରୀ ପରିପ୍ରେକ୍ଷୀରେ ଆବଶ୍ୟକ ଆଇନ କାନୁନ ତଥା ସାମାଜିକ ଦୂରତ୍ୱ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହିକ୍ରମରେ ନୟାଗଡ ଜଗନ୍ନାଥ ମନ୍ଦିରରେ ପ୍ରାତଃ 5.30ମି. ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା । ପରେ ପରେ ସ୍ନାନ ବେଦିରେ ଶ୍ରୀ ଜୀଉ ମାନଙ୍କର ସ୍ନାନ କାର୍ଯ୍ୟ ସକାଳ 6.30ମି. ସମାପନ କରାଯାଇଥିଲା । ତତ୍ପରେ ମହାପ୍ରଭୁଙ୍କ ଗଜାନନ ବେଶ ଦିନ 9ଘ. ପର୍ଯ୍ୟନ୍ତ ସେବାସି ଚିତ୍ତ ରଞ୍ଜନ ଦାଶ, ସୂର୍ଯ୍ୟ ପ୍ରସାଦ ଦାଶ,
କୁଳମଣି ପଣ୍ଡା, ବାଞ୍ଛାନିଧି ଦାଶ, ଶରତ ଚନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ମହାପାତ୍ର, ଉଦ୍ୟନାଥ ଦାଶ ପ୍ରମୁଖ ଆଗେଇ ନେଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ସୁପରଭାଇଜର ନକୁଳ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁରୁଖୁରୁରେ ସମାପନ ହୋଇଥିଲ । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com