ଗତବର୍ଷ ବିଜ୍ଞାନ ମେଳା ରେ କୁଡୁମୁଲୁଗୁମ୍ମା ରୁ ମାଲକାନଗିରି ଓ ରାଜ୍ୟ ସ୍ତରରେ ବିଜ୍ଞାନ ପ୍ରଦର୍ଶନୀ ପାଇଁ ଚୟନ ହୋଇଥିବା ଛାତ୍ର ବୌଜ୍ଞାନିକ ଓମ୍ ଦାଶ ଙ୍କୁ ମୁଖ୍ୟ ଅତିଥି କରି ମଞ୍ଚମଣ୍ଡନ କରାଯାଇଥିଲ ଯାହାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ । ବିଜ୍ଞାନ ମେଳାରେ ମୋଟ ୭୦ଟି ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଗଣିତ , ପରିବେଶ ଗମନା ଗମନ ଓ ଯୋଗାଯୋଗ, ଆବର୍ଜନାର ସୁବିନିଯୋଗ, ସ୍ୱଚ୍ଛତା , ସ୍ବାସ୍ଥ୍ୟ ପରିଛନତା, ବୈଜ୍ଞାନିକ ଆବିଷ୍କାର ତଥା ବହୁ ଉଚ୍ଚ କୋଟୀର ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥି ମଧ୍ୟରୁ ଶ୍ରେଷ୍ଟ ୭ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରରେ ସ୍ଥାନିତକରିବା ପାଇଁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କ ସହ ଆବାହକଙ୍କ ଉପସ୍ଥିତିରେ ସମସ୍ତ ପ୍ରକଳ୍ପକର୍ମୀ ତଥା କୁନି ବୈଜ୍ଞାନିକଙ୍କୁ ମାନପତ୍ର ସହିତ ଉପଢେକନ ପ୍ରଦାନ କରି ଆଗାମୀ ସମାଜରେ ଜଣେ ଜଣେ ଦକ୍ଷ ବୈଜ୍ଞାନିକ ରୂପରେ ଗଢିତୋଳିବାର ସଂକଳ୍ପ ନେଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।

© 2023 Odisha Taza News.