No Result
View All Result
୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ ଚିଲିକା :- ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ଚିଲିକା ନିର୍ବାଚନମଣ୍ଡଳୀର ପୁର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ରାମପୁର ସ୍ଥିତ ବିଜେଡି ଅଫିସରେ ଆଜି ମଧ୍ୟାହ୍ନରେ ଏକ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ପୃର୍ବତନ ସାଂସଦ ପ୍ରତିନିଧି ରମେଶ ଚନ୍ଦ୍ର ମହାପାତ୍ର ,ଚିଲିକା ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତ ସିଂହାର,ଯୁବ ସଂଗଠକ ସୁକାନ୍ତ ଭୋଳ,ଅଜୟ ଖୁଣ୍ଟିଆ,ସେକ ଅବିଦ ହୁସେନ,କୈଳାସ ଭୋଳ ,କୁମlଣ୍ଡଳ ଗ୍ରାମ ପଂଚାୟତ ସରପଞ୍ଚ ସବିତା ସୁନ୍ଦରାୟ,ମାନସିଂହ ପୁର ଗ୍ରାମପଂଚାୟତ ସରପଞ୍ଚ ରତ୍ନାକର ବେହେରା ସମେତ ଚିଲିକା ବ୍ଲକର ବହୁ କର୍ମୀ ଯୋଗ ଦେବା ସହ ପ୍ରାୟ ପନ୍ଦରସହ ରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ ।ଗତକାଲି ବାଲୁଗାଁ ଓ ବାଣପୁରର କିଛି ବିଜେଡି କର୍ମୀଙ୍କୁ ନେଇ ଖୋର୍ଦ୍ଧା ଜିଲାପରିଷଦ ଉପାଦକ୍ଷ ଗୋପୀନାଥ ମହାରଣା ରଘୁନାଥ ସାହୁଙ୍କ ବିରୋଧରେ ଏକ ରାଲି କରି ତାଙ୍କର କୁଶପୁତଳିକାଦାହ କରିଥିଲା ବେଳେ ଆଜି ରଘୁନାଥ ସାହୁ ଏକ କର୍ମୀ ସମ୍ମିଳନୀ କରି ଜିଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ଚିଲିକା ବିଧାୟକ,ଯୁବନେତା ମାନସ ପ୍ରଧାନ,ଯୁବନେତା ଉତ୍ପଳ ପାଇକରାୟ ଓ ସଞ୍ଜୟଦାସବର୍ମାଙ୍କ ବିରୋଧରେ ଗଣ ମାଧ୍ୟମ ସମ୍ମୁଖରେ ବିରୋଧାଭାଷ ପରିପ୍ରକାଶ କରିଥିଲେ lଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ କର୍ମୀମାନଂକୁ ପ୍ରେରଣା ଦେବା ସହ ବର୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବ କର୍ମୀମାନଂକୁ ଅଣଦେଖା କରିବା ସହ ରଘୁନାଥଙ୍କୁ ରାମ ଚନ୍ଦ୍ର କହି ନିଜେ ହନୁମାନ ହୋଇ ଚିଲିକା ନିର୍ବାଚନ ମଣ୍ଡଳୀର ଉର୍ନତି କରିବି କହି ବିଶ୍ୱାସ ଜନ୍ମାଇ ରଘୁବାବୁଙ୍କ ବିଶ୍ୱାସ ଭାଜନ ହୋଇ ରଘୁ ବାବୁଙ୍କ ସମ୍ପୂର୍ଣ ସମର୍ଥନରେ ବିଜୟୀ ହୋଇଥିଲେ ସତ କିନ୍ତୁ ଜିତିବା ପରେ ପ୍ରଶାନ୍ତ ଜଗଦେବ ନାଁ ରଘୁନାଥ ବାବୁଙ୍କର ନାଁ ତାଙ୍କ ସହଯୋଗୀ କର୍ମୀଙ୍କର ନିଜର ହୋଇପାରିଥିଲେ କ୍ଷମତାର ଲାଳସରେ ସମସ୍ତଙ୍କୁ ଦୁରେଇ ଦେଇଥିଲେ ବୋଲି ରଘୁବାବୁ କର୍ମୀମାନଂକୁ କହିଥିଲେ lଆହୁରି ମଧ୍ୟ୍ୟ ରଘୁବାବୁ କହିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରତିଟି ଉର୍ନତି ମୂଳକ କାମରେ ପାଞ୍ଚ ପରସେଣ୍ଟ ପିସି ନେଇ ନିମ୍ନମାନର କାମ ସବୁ କରିଛନ୍ତି ଏବଂ ତାଙ୍କ ସମର୍ଥକ ବିଜେଡି ନାଁରେ ଜାଲ ସଂଗଠନ ଚଳାଇଛନ୍ତି ବୋଲି ରଘୁନାଥ ବାବୁ ନିଜ କର୍ମୀଙ୍କୁ କହିଥିଲେ l ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜଭୂତ କରି ରଖିଥିବା ସତ୍ୱେ ଗତ ନିର୍ବାଚନରେ ସଞ୍ଜୟ ଦାସ ବର୍ମା ତାଙ୍କ ଟିକେଟ କାଟିଥିବାରୁ ତାଙ୍କ ପ୍ରତି ଅନ୍ୟାୟ ହୋଇଥିଲା ବୋଲି କହିଥିଲେ ରଘୁବାବୁ lଏଥର ପୂର୍ଣ୍ଣ ବିଶ୍ୱାସ ରଖି ନିଜ ସଂଗଠନକୁ ଦୃଢ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ,ବିଜେଡି ଜିନ୍ଦାବାଦ କହି ବିଭିନ୍ନ ସ୍ଲୋଗାନ ଦେବାସହ ଆଗାମୀ ଦିନରେ ଯଦି ଦଳ ସୁଯୋଗ ଦିଏ ତେବେ ଚିଲିକାରୁ ନିର୍ବାଚନ ଲଢ଼ିବେ ବୋଲି ଆଶା ରଖିଛନ୍ତି l ଗୋଟେ ପଟେ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଭାଗ ହେବା ଫଳରେ ଅନ୍ୟ ପଟେ ବିଜେପି ଆସନ୍ତା ନିର୍ବାଚନରେ ବାଜି ମାରିନେବ କି ଏହା ଏବେ ଜନସାଧାରଣ ମଧ୍ୟ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l
No Result
View All Result