ଓଡିଶା ତାଜା ନ୍ୟୁଜ୍ (୦୪ ଜୁନ୍ ଗୁରୁବାର ) କଂଗ୍ରେସ :- ଫି ଛାଡ଼ ନହେଲେ ବିଦ୍ୟାର୍ଥୀଙ୍କୁ ଟଙ୍କା ଦିଆଯାଉ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ତାର ସଂଗ୍ରାମ ଜାରି ରଖିଛି । ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧ସମୟରେ ଏକ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ରକଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀଙ୍କର ଫି’ ଛାଡ ସହ ଦାଖଲ ସମୟ ସୀମା ବୃଦ୍ଧି ପାଇଁ ୭ ଦିନ ପୂର୍ବରୁରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା । ତେବେ ଏଯାବତ୍ ଉଭୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରତିବାଦ ସଭା କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଙ୍କ ସ୍ୱାର୍ଥ ବିରୋଧୀ । କରୋନା ମହାମାରୀ ସମୟରେ ବିଦ୍ୟାର୍ଥୀଙ୍କୁ ସହଯୋଗ କରିବାକୁ ସରକାର ଚେଷ୍ଟା କରିବା ପରିବର୍ତେ ବିଦ୍ୟାର୍ଥୀଙ୍କ ପ୍ରତିବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।
ସେଥିପାଇଁ ଆଜି ସାମାଜିକ ଦୂରତା ବଜାୟ ରଖି ନୀରବ ପ୍ରତିବାଦ ସଭା କରାଯାଇଛି । ଏହି କାର୍ଯ୍ୟକ୍ରମରେ
ବିଭିନ୍ନ ଅଂଚଳର ଛାତ୍ର କଂଗ୍ରେସ କର୍ମକର୍ତା ଯୋଗଦେଇଥିଲେ । ଛାତ୍ର କଂଗ୍ରେସ ରାଜ୍ୟ ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ଦାସ କହିଛନ୍ତି ସରକାର ତୁରନ୍ତ ଛାତ୍ର ଛାତ୍ରୀଙ୍କ ଫି ଛାଡ଼ କରନ୍ତୁ । ଯଦି ଫି ଛାଡ଼ ନକରିବେ ଗରୀବ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ଅର୍ଥ ପ୍ରଦାନ କରନ୍ତୁ । ଛାତ୍ର କଂଗ୍ରେସ ଓଡ଼ିଶାର ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ ।
ସମଗ୍ର ଦେଶରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଉଭୟ ସରକାର ବିଦ୍ୟାର୍ଥୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବା ଗ୍ରହଣୀୟ ନୁହେଁ । ଯଦି ସରକାର ଛାତ୍ର କଂଗ୍ରେସର ଦାବିକୁ ନମାନନ୍ତି ତେବେ ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ଛାତ୍ର କଂଗ୍ରେସ ନୀରବ ପ୍ରତିବାଦର ସ୍ୱରକୁ ଦୃଢ଼ କରିବ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com