ଚିଲିକା ନିର୍ବାଚନ ମଣ୍ଡଳୀ ରେ ବିଜେଡି ତରଫରୁ ପୂର୍ବତନ ବିଜେଡ଼ି ବିଧାୟକଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା, ପଥପ୍ରାନ୍ତ ସଭା ଓ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେଡ଼ି ।
୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ରେ ବିଜେଡି ତରଫରୁ ପୂର୍ବତନ ବିଜେଡ଼ି ବିଧାୟକଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା, ପଥପ୍ରାନ୍ତ ସଭା ଓ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ରଘୁନାଥ ସାହୁଙ୍କ ମିଥ୍ୟା ଓ ଭିତ୍ତିହୀନ ଆରୋପର ପ୍ରତିବାଦରେ ଆଜି ପୂର୍ବାହ୍ନ ୧୨ ଘଟିକା ସମୟରେ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁ ମା’ ଉତ୍ତରାଯଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ସମାପ୍ତ ହୋଇଯାଇଅଛି ।
ଗତ ୨୩ ତାରିଖ ଦିନ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବିଜେଡି ପାର୍ଟି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂରୀ ସାଂସଦ ପିନାକୀ ମିଶ୍ର , ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ଭୂଷଣ ବଳ ବନ୍ତରାୟ,ବ୍ରହ୍ମଗିରି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲା ପରିଷଦ ଉପସଭାପତି ଗୋପିନାଥ ମହାରଣା, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ମାନ ଆଣିଥିଲେ।
ତାଙ୍କର ସ୍ଥାନୀୟ ନେତା ମାନଙ୍କ ବିରୋଧର ବିସ୍ଫୋରକ ବୟାନ ଯୋଗୁଁ ଚିଲିକା ନିର୍ବାଚନ ମଣ୍ଡଳୀରେ ନୂଆ ରାଜନୀତିର ବାତାବରଣ ସୃଷ୍ଟି ହୋଇ ଥିବାର ଜଣାପଡିଛି। ତେବେ ପାଞ୍ଚ ଦିନର ବିରତି ପରେ ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡ଼ି ଦଳର ସ୍ଥାନୀୟ ନେତାମାନେ ତଥା ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀ ନାଥ ମହାରଣା, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବାଲୁଗାଁ ବିଧାୟକ ପ୍ରତିନିଧି ଉତ୍ପଳ୍ ପାଇକରାୟ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ,
ବାଲୁଗାଁ ନଗର ମଣ୍ଡଳ ସଭାପତି ଜୟ କୃଷ୍ଣ ସ୍ବାଇଁ, ବାଲୁଗାଁ ସାଂସଦ ପ୍ରତିନିଧି ପ୍ରଭାସ ସୁନ୍ଦରୟଭଗବାନ ପ୍ରଧାନ, ଏନେଏସି କାଉନସିଲର ଅଭିମନ୍ୟୁ ସ୍ବାଇଁ, ବରିଷ୍ଠ ସଂଗଠକ ଜୟନ୍ତ ପ୍ରଧାନ, ବିଜେଡ଼ି ସଂଗଠକ ପ୍ରକାଶ ପ୍ରଧାନ, ଯୁବ ସଂଗଠକ ଏନେ ଏ ସି ସନ୍ତୋଷ ପାଇକରାୟ, ବେବିନା ତ୍ରିପାଠୀ, କବିତା ମହାପାତ୍ର, ସମସ୍ତ ଵିଜୁ ଜନତା ଦଳ ର ସରପଞ୍ଚ, ସମିତି ସଭ୍ୟ, ମହିଳା,ଯୁବ, ଛାତ୍ର ଓ କର୍ମୀ ମାନେ କଡା ଜବାବ ଦେଇଛନ୍ତି ।
ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଳ ବିରୋଧୀ ବିବୃତ୍ତିକୁ ନେଇ ଏହି ପ୍ରତିବାଦ ସଭାରେ ନେତ୍ରୁ ମଣ୍ଡଳୀ ରଘୁନାଥ ସାହୁ ଙ୍କର କୁଶ ପୁତ୍ତଳିକା ଦାହ, ବିଭିନ୍ନ ପ୍ରକାରର ବ୍ୟାନର ପ୍ରଦର୍ଶନ କରିବା ସହିତ ସେ ଗତ ୨୩ ତାରିଖରେ ପ୍ରଦାନ କରି ଥିବା ଅଭିଯୋଗର କୌଣସି ସତ୍ୟା ସତ୍ୟ ନାହିଁ ବୋଲି ଦୃଢତାର ସହ କହିଥିଲେ। ଜଣେ ନେତା ବିଜେଡ଼ି ଦଳରେ ଥାଇ କିପରି ବିଜେଡ଼ି ଦଳ ଓ ନେତାଙ୍କ ବିରୋଧର ମନ୍ତବ୍ୟ ଦେଇ ପାରୁଛନ୍ତି, ଦଳର ଶୃଙ୍ଖଳା ରକ୍ଷା ନ କରି ଭଗ୍ନ କରୁଛନ୍ତି, ଦଳରେ ଥାଇ କିପରି ବିରୋଧି ଦଳକୁ ସହଯୋଗ କରୁଛନ୍ତି ଇତ୍ୟାଦି ଅଭିଯୋଗକୁ ଭିତ୍ତି କରି ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ତୁରନ୍ତ ପୂର୍ବତନ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଜଣାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ନେତା ମାନଙ୍କ ମଧ୍ୟରେ ଶୃଙ୍ଖଳାର ଅଭାବ ହେଉ ଅଥବା ସ୍ୱାର୍ଥନ୍ଵେଶି ଅହଂ ଭାବ ଯୋଗୁ ହେଉ ସବୁକିଛି କୁ ଜଳାଞ୍ଜଳୀ ଦେଇ ଦଳୀୟ ଏକତା ବଜାୟ ନ ରଖିଲେ ଶେଷରେ ବିଜେଡିର ପତନକୁ ଚିଲିକା ନିର୍ବାଚନ ମଣ୍ଡଳୀରେ ନିଶ୍ଚୟ ହେବ ବୋଲି ଆଲୋଚନା ହେଉଛି ।















