ବିଦ୍ୟାଳୟ ପରିଦର୍ଶନ କଲେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ

୨୯ ନଭେମ୍ବର ମଙ୍ଗଳବାର (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଆଜି ଦିବା ୧୦ ଘଟିକା ସମୟରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ତତ୍ ସହିତ ଜାକେଡା ଗ୍ରାମ ପଞ୍ଚାୟତ ହାଇସ୍କୁଲ , ସିମିଳି ସାହି ପରିଦର୍ଶନ କରିବା ସହ ବିଦ୍ୟାଳୟ ର ଶ୍ରେଣୀଗୃହ ଗୁଡ଼ିକ ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।ତତ୍ ସହିତ ସରକାରୀ ସିମିଳି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।କିନ୍ତୁ ବିଦ୍ୟାଳୟରେ କୌଣସି ପିଲା ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ସରପଞ୍ଚ ସୁମିତ୍ରା ଜାନୀ,ସମିତି ସଭ୍ୟା ପ୍ରଭାତୀ ମଳିକ,ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ ଙ୍କ ସମେତ ସମାଜ ସେବୀ ଦିଲ୍ଲୀପ କୁମାର ଜାନୀ ଏବଂ ବୁଲୁ ମଳିକ ଉପସ୍ଥିତ ଥିଲେ ।