କୃଷକ ନେତା ପ୍ରଦିପ ପୁରହିତଙ୍କ ବିଜୟ ପାଇଁ ବିଜେପି କୃଷକ ସେଲ ପକ୍ଷରୁ ଦୀପଦାନ

୨୮ ନଭେମ୍ବର ସୋମବାର (ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ଜିଲ୍ଲା କୃଷକ ସମବାୟ ସେଲ ପକ୍ଷରୁ ମଙ୍ଗଳବାର ଦିନ , ପଦ୍ମପୁର ଉପ ନିର୍ବାଚନରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ, କୃଷକ ନେତା ପ୍ରଦିପ ପୁରୋହିତଙ୍କ ବିଜୟ ପାଇଁ , କଟକ ଜିଲ୍ଲା ସମବାୟ ସେଲ ପକ୍ଷରୁ ଫୁଲନଖରା ନିକଟସ୍ଥ ଲକ୍ଷେଶ୍ୱର ମହାଦେବଙ୍କ ନିକଟରେ ଦୀପଦାନ କରାଯାଇଥିଲା ।

ରାଜ୍ୟ କୃଷକ ସମବାୟ ସେଲର ସଂଯୋଜକ ପବିତ୍ର ମୋହନ ଦାସ , କଟକ ଜିଲ୍ଲା ସମବାୟ ସେଲର ସଂଯୋଜକ ବନ୍ଧୁ ଚରଣ ସାହୁ , ବାଙ୍କୀ ସମବାୟ ସେଲର ସଂଯୋଜକ ତଥା ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି ,

ପୂର୍ବତନ ବିଜେପି କୃଷକ ନେତା କ୍ଷିରୋଦ ଚନ୍ଦ୍ର ଦଳାଇ, ଅଭିଭକ୍ତ କଟକ ଜିଲ୍ଲା ସମବାୟ ସେଲର ସଂଯୋଜକ ବିଜୟ କୁମାର ରାଉତରାୟ, ଗବବସ୍ତ ମଣ୍ଡଳ ବିଜେପି ସଭାପତି ଧୀରେନ୍ଦ୍ର ବାରିକ, ଦ୍ୱାରିକା ନାଥ ଦାସ,ବାବୁଲି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।