ସେହିପରି ସୋରଡ଼ା ପଞ୍ଚାୟତ ସରପଞ୍ଚ ଫକିର ମୋହନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଲୁଣିସରା ଉପ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅନୁଷ୍ଠିତ ସ୍ବାସ୍ଥ୍ୟ ମେଳା କୁ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ମହିପୁର ସି ଏଚ୍ ସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ସତିଶ ନିବେଦନ, ଡ. ସୌମେନ୍ଦ୍ର କୁମାର ସାହୁ, ଡ. ସାବିତ୍ରୀ ଦାସ, ଡ. ଚିରଞ୍ଜିବୀ ବ୍ରହ୍ମା,
ଡ. ଲିପୁନ୍ ବାରିକ, ଡ. ରିତେଶ ବଳିୟାର ସିଂ ଙ୍କ ସମେତ ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ଉପସ୍ଥିତ ରହି ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ । ଏହି ସ୍ବାସ୍ଥ୍ୟ ମେଳାରେ ଶହ ଶହ ସଂଖ୍ୟାରେ ରୋଗୀ ଆସିଥିଲେ । ତେବେ ଏଭଳି ସ୍ବାସ୍ଥ୍ୟ ମେଳା ହେବାଦ୍ବାରା ଲୋକମାନେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଦୂରଦୂରାନ୍ତ କୁ ଯିବାକୁ ପଡୁନଥିବାରୁ ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

© 2023 Odisha Taza News.