ଓଡ଼ିଶା ତାଜା ନ୍ୟୁଜ ( ୨୮ ନଭେମ୍ବର ସୋମବାର) କଳାହାଣ୍ଡି :- ଭବାନୀପାଟଣା ବ୍ଲକ୍ ଅନ୍ତଗର୍ତ ସୁଜାନପୁର ଗ୍ରାମରେ କୁଲତା ଯୁବ ଶକ୍ତିର ଏକ ସାଂଗଠନିକ ବୈଠକ ଜିଲ୍ଲା ସଂଯୋଜକ ମୋତିଲାଲ ସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ଶ୍ରୀଯୁକ୍ତ ହରେକୃଷ୍ଣ ଭୋଇ, ସାଧାରଣ ସଂପାଦକ ଶ୍ରୀ ହରିସ୍ ଚନ୍ଦ୍ର ନାଏକ , ଯୁବ ସମାଜସେବୀ ଶ୍ରୀଯୁକ୍ତ ଅମିତ କୁମାର ବିଶ୍ବାଳ ଅତିଥି ଭାବରେ ଯୋଗଦେଇଥିଲେ । ଏହି ବୈଠକ ରେ କୁଲତା ଯୁବ ଶକ୍ତିର ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା ।
ବିଶେଷକରି କୃଷି, ଶିକ୍ଷା, ବ୍ୟବସାୟ ଓ ଯୁବ ପିଢିର ଉନ୍ନତି ଉପରେ ଆଲୋଚନା କରାଯାଇଥିଲା । ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ହେବାକୁ ଥିବା ଆଗାମୀ କୁଲତା ଯୁବ ସମ୍ମିଳନୀ ଉପରେ ବିଶେଷ ଆଲୋଚନା ହୋଇଥିଲା ଓ କି ଭଳି ଭାବରେ ସଫଳ ଆୟୋଜନ ହୋଇପାରିବ ସେ ବିଷୟରେ ଉକ୍ତ ଗ୍ରାମର ବୟୋଜ୍ୟେଷ୍ଠ ଜାତିଭାଇମାନେ ମତ ରଖିଥିଲେ ଏବଂ ଆଗାମୀ ଦିନରେ ସବୁକ୍ଷେତ୍ରରେ ଯୁବ ଶକ୍ତିକୁ ସାହାଯ୍ୟ ଓ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।