୨୮ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) କୁଡୁମୁଲୁଗୁମ୍ମା :- ନୟାଗଡ ଇନରହୁଇଲ କ୍ଲବ ପକ୍ଷରୁ ଅନ୍ତର୍ଜାତୀୟ ଅଙ୍ଗାଦାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ କ୍ଲବ ର ସଭାପତି ଡ. ଜ୍ୟୋତ୍ସ୍ନା ମୟୀ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ କ୍ଲବ ସମ୍ପାଦିକା ନମିତା ନନ୍ଦ, ଏଡିଟର ଡ. ସୁକାନ୍ତି ମହାନ୍ତି, ସଦସ୍ୟା ସୌଦାମିନୀ ସ୍ବାଇଁ, ସରଳା ପଟ୍ଟନାୟକ, ତପସ୍ୱିନୀ ପଟ୍ଟନାୟକ, ସାଗରୀକା ଶତପଥୀ
ପ୍ରମୁଖ ଭାଗ ନେଇ ରୋଟାରୀ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ଜନସାଧାରଣ ଙ୍କୁ ଅଙ୍ଗଦାନ ସମ୍ପର୍କ ରେ ସଚେତନତ କରାଇଥିଲେ । ଅଙ୍ଗଦାନ ମହତ ଦାନ ଏଇ ସ୍ଲୋଗାନ ରେ ସମସ୍ତଙ୍କ ପାଖରେ ଅଙ୍ଗଦାନ କରିବାର ବାର୍ତା ପହଞ୍ଚାଇ ଥିଲେ ।













