୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଦମପୁର :- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚଚ୍ଛନ ଭାବେ ଶାସନ କ୍ଷମତାରେ ରହି ସୁଦ୍ଧା ରାଜ୍ୟର ସଠିକ୍ ବିକାଶ ହୋଇପାରିନାହିଁ । ଚାଷୀ, ମହିଳା, ଶିଶୁ, ଯୁବକ, ଶିକ୍ଷକମାନେ ସମସ୍ତେ ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି । ଚାଷୀ ନିଜ ନ୍ୟାର୍ଯ୍ୟ ହକ୍ ପାଇବାକୁ ଲଢେଇ କରୁଥିବାବେଳେ ଶିକ୍ଷକ, ମହିଳାମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ନଦେଇ କେବଳ ଦଳୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟରେ ବ୍ୟସ୍ତ ଥିବା ରାଜ୍ୟ ସରକାର ଏପରିକି ବିଭିନ୍ନ କଲ୍ୟାଣକାରୀ କେନ୍ଦ୍ରୀୟ ଯୋଜନାର ସୁଫଳରୁ ରାଜ୍ୟବବାସୀଙ୍କ ବଂଚିତ ରଖୁଛନ୍ତି । ପଦ୍ମପୁର ଅଂଚଳ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଆର୍ଥୀକ ଅଭିବୃଦ୍ଧି ପାଇଁ ସ୍ଥାନୀୟ ଅଂଚଳରେ କୈାଣସି ବିକାଶମୁଳକ କାର୍ଯ୍ୟ କରିନାହାନ୍ତି ।
ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନନାଥ, ହରିଶଂକର ଅଂଚଳର କୈାଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ । ଶାସକ ବିଜେଡିର ମିଛ ଓ ପ୍ରତାରଣାକୁ ସ୍ୱାଭୀମାନୀ ପଦ୍ମପୁର ଅଂଚଳବାସୀ ଭଲ ଭାବେ ବୁଝି ସାରିଛନ୍ତି । କେବଳ ଉପନିର୍ବାଚନରେ ଶାସକ ବିଜେଡିର ପ୍ରଚାର ପାଇଁ ଆସିଥିବା ରାଜ୍ୟ ସରକାରଙ୍କ ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ନେତାମାନେ ଶାସନ କ୍ଷମତାର ଅପବ୍ୟବହାର କରି ଭୋଟ୍ ହାତେଇବା ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି । ପରୀ, ମମିତା, ମାହାଙ୍ଗା ଭଳି ହତ୍ୟା ଘଟାଣାରେ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନେ ପ୍ରଚାର ପାଇଁ ଡେରା ପକାଇଛନ୍ତି ।
ପଦ୍ମପୁର ଅଂଚଳବାସୀ ଶାସକ ବିଜେଡିର ପ୍ରତାରଣା ଏବଂ ହିଂସାତ୍ମକ କାର୍ଯ୍ୟ ଶୈଳୀକୁ ଦୃଢ ନିନ୍ଦା କରିବା ସହିତ ଏହାର ଉଚିତ୍ ଜବାବ୍ ଦେବେ । ପଦ୍ମପୁର ଅଂଚଳ ତଥା ସମଗ୍ର ରାଜ୍ୟର ବିକାଶ ପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଦଳୀୟ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାଇବାକୁ ଆଜି ପାଇକମାଳ ଏବଂ ପଦ୍ମପୁରଠାରେ ଅନୁଷ୍ଠିତ ଜନ ସମାବେଶରେ ଉଦ୍ବୋଧନ ଦେଇ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।