୨୭ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ ସମୟ ଧରି ପଦ୍ମପୁର ଅଂଚଳ ବାସୀଙ୍କ ସେବାରେ ଅଛି ଏବଂ ତାଙ୍କ ଆଶୀର୍ବାଦ କାରଣରୁ ୨୦୧୪-୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରେଷ୍ଠ ବିଧାୟକ ଭାବେ ମାନ୍ୟତା ମଧ୍ୟ ପାଇଲି । ମୋର ଏଇଟା ଜନ୍ମ ମାଟି । ଗନ୍ଧମାର୍ଦ୍ଧନ, ହରିଶଙ୍କର ଏବଂ ନୃସିଂହନାଥ ବଂଚାଇବା ପାଇଁ ଏ ଅଂଚଳର ଭାଇ, ଭଉଣୀ, ଦାଦା, ମାଉସୀମାନଙ୍କ ସହିତ କାମ କରିଛି । ବିରୋଧୀ ବିଜେପି ଦଳର ହୋଇ ଶ୍ରେଷ୍ଠ ବିଧାୟକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢିବା ସହିତ ମୋତେ ପଦ୍ମପୁର ଅଂଚଳ ବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉପରେ ରୋକ୍ ଲଗାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ସେନାପତି ମାନଙ୍କୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବର୍ତମାନ ୬୦ରୁ ଉର୍ଦ୍ଧ୍ୱ ବିଧାୟକ ଏବଂ ୧୫ ଜଣ ମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳରେ ଡେରା ପକାଇଛନ୍ତି । ଶାସନ କଳ, ଅର୍ଥ ବଳ ଏବଂ କଳ ବଳ ଲଗାଇ ଭୋଟରମାନଙ୍କୁ ପ୍ରଭାବିତ କରା ଯାଉଛି । ପଦ୍ମପୁରର ମୋର ଭାଇ, ଭଉଣୀ, ଦାଦା, ମାଉସୀମାନଙ୍କ ମୋ ମୁଣ୍ଡ ଉପରେ ଆସୀର୍ବାଦ ରହିଲେ, ମୋର କିଛି କରିପାରିବେ ନାହିଁ । “ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି, କେଉଁଠିକି ଯିବି ନାହିଁ” ।ଆଗାମୀ ୫ ତାରିଖରେ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ମୋତେ ଆଶୀର୍ବାଦ କରିବେ ବୋଲି ଆଜି ପାଇକମାଳ ଏବଂ ପଦ୍ମପୁରଠାରେ ଅନୁଷ୍ଠିତ ଜନ ସମାବେଶରେ ଉଦ୍ବୋଧନ ଦେଇ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।