ଓଡିଶା ତାଜା ନ୍ୟୁଜ୍ (୦୪ ଜୁନ୍ ଗୁରୁବାର ) ଭିଜିଲାନ୍ସ ବିଭାଗ :- ବାଲିଅନ୍ତା ତହସିଲଦାର୍ ରଶ୍ମିରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର୍ ଧନେଶ୍ୱର ସାହୁଙ୍କୁ ଗିରଫ୍ କରାଯାଇଛି । ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ୍ କରିଛି ଭିଜିଲାନ୍ସ । ଜମି କିସମ ବଦଳାଇବାକୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ତହସିଲଦାରଙ୍କ ପାଖକୁ ଜମି କିସମ ବଦଳାଇବାକୁ ଜଣେ ବ୍ୟକ୍ତି ଆସିଥିଲେ । କିନ୍ତୁ ତହସିଲଦାର୍ ଉକ୍ତ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଟଙ୍କା ଲାଞ୍ଚ ଡିମାଣ୍ଡ କରିଥିଲେ ।
ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଥିଲେ । ଏହାପରେ ଭିଜିଲନ୍ସା ତାର ପ୍ଲାନ୍ ଅନୁଯାୟୀ ଡିମାଣ୍ଡ୍ କରାଯାଇଥିବା ଟଙ୍କା ନେଇ ତହସିଲଦାରଙ୍କୁ ଦବା ପାଇଁ କୁହିଥିଲେ । ତେବେ ବ୍ୟକ୍ତି ଜଣକ ଟଙ୍କା ନେଇ ତହସିଲ୍ ଅଫିସରେ କାମ କରୁଥିବା ଡାଟାଏଣ୍ଟ୍ରି ଅଫିସରକୁ ଦେଇଥିଲେ । ଟଙ୍କା ଦେବା ସମୟରେ ଡାଟାଏଣ୍ଟ୍ରି ଅପରେଟର୍ ଧନେଶ୍ୱର ସାହୁ ଏବଂ ତହସିଲଦାର୍ ରଶ୍ମିରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ୍ ।
ସେପଟେ ଲାଞ୍ଚନେବା ଅଭିଯୋଗକୁ ମୁହେଁ ମୁହେଁ ଏଡ଼ାଇଦେଇଛନ୍ତି ତହସିଲଦାର୍ । ସେ ଏହା ତାଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେପଟେ କିନ୍ତୁ ଡାଟାଏଣ୍ଟ୍ରି ଅପରେଟର୍ ତହସିଲଦାର୍ କହିବା କାରଣରୁ ଟଙ୍କା ନେଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତହସିଲଦାରଙ୍କ ଘର ଏବଂ ଅଫିସ୍ ଏବେ ଯାଞ୍ଚ୍ କରାଯାଉଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com