୨୬ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ବାଇକ ଚୋରକୁ କାବୁ କଲା ନିଜେ ବାଇକ ଚାଳକ । ଏମିତି କିଛି ଘଟଣା ରବିବାର ଦିନ ସଂନ୍ଧ୍ୟା ସମୟରେ ଦେଖିବାକୁ ମିଳିଛି ବୈପାରିଗୁଡା ଠାରେ । ସୂଚନା ଅନୁସାରେ ବୈପାରିଗୁଡାର ଗୁଣ୍ଠାଗୁଡା ଗ୍ରାମରେ ଥିବା ଜେଏମଜି କମ୍ପାନୀର ଏକ କାର୍ଯ୍ୟକ୍ରମ ଚନ୍ଦ୍ରପଡା ବୈପାରିଗୁଡା ଗ୍ରାମ ମଝି ଥିବା ଏକ ସ୍ଥାନରେ ଚାଲିଥିବା ସମୟରେ କମ୍ପାନୀର ଜଣେ କର୍ମଚାରୀଙ୍କ ବାଇକ ସେହି ସ୍ଥାନରୁ ଚୋରି ହୋଇଥିବାର ଅଭିଯୋଗ କରିଛନ୍ତି ବାଇକ ଚାଳକ । ସେଏ ପ୍ରକାଶ କରିଛନ୍ତି ଯେ କାର୍ଯ୍ୟକ୍ରମ ଶେଷ ହେବା ପରେ ବାଇକ ସେହି ସ୍ଥାନରେ ନଥିବା ଜାଣି ଚାଳକ ଜଣକ ତାଙ୍କ କର୍ମଚାରୀ ମାନଙ୍କୁ ପଚାରିବା ସହିତ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ମିଳିବାରୁ ଶେଷ ରେ ବାଧ୍ୟ ହୋଇ ଏସମ୍ପର୍କରେ ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇବା ନିମେନ୍ତ ଆସୁଥିବା ସମୟରେ ବୈପାରିଗୁଡା ମୁଖ୍ୟଛକ ଦେଇ ଦୁଇ ଜଣ ଯୁବକ ସେହି ବାଇକ ଯୋଗେ ଦିଗାପୁର ଜୟପୁର ରାସ୍ତା ପଟେ ଯାଉଥିବା ଦେଖି କମ୍ପାନୀ କର୍ମଚାରୀ ମାନେ ସନ୍ଦେହ କରି ଏହି ଦୁଇ ଜଣଙ୍କୁ ଅନ୍ୟ ଏକ ବାଇକ ଯୋଗେ ପିଛା କରି ଦିଗାପୁର ରାସ୍ତାର ବୈପାରିଗୁଡା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମ ପାଖରେ ଅଟକାଇଥିଲେ । ଗ୍ରାମବାସୀ ପୋଲିସ ଓି କମ୍ପାନୀର ୩ ଜଣ କର୍ମଚାରୀ ମାନଙ୍କୁ ଦେଖି ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ବାଇକ ସହ ଘଟଣାସ୍ଥଳରେ ହିଁ ଧରାପଡି ଯାଇଥିବାର ଜଣାପଡିଛି । କହିବାକୁ ଗଲେ ପୋଲିସ ଓ ଗ୍ରାମବାସୀଙ୍କ ସହାୟତାରେ ହିଁ ଜଣଙ୍କୁ କାବୁ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ବାଇକ ଚୋରି କରିବା ପରେ ଏହି ଦୁଇ ଜଣ ଯୁବକ ବାଇକର ନମ୍ବର ପ୍ଲାଟ କାଢି ଦେଇଥିଲେ । ବାଇକ ଚାଳକ ସମାନ ରଙ୍ଗର ଗାଡି ଦେଖିବା ସହ କାହିଁକି ଗାଡିରେ ନମ୍ବର ପ୍ଲାଟ୍ ଲାଗିନାହିଁ ବୋଲି ସନ୍ଦେହ କରି ଏହି ବାଇକ ପଛରେ ପିଛା କରିଥିଲେ ଏବଂ ଶେଷରେ ନିଜ ବାଇକକୁ ମଧ୍ୟ ଖୋଜି ଥିବା କହିଛନ୍ତି କମ୍ପାନୀ କର୍ମଚାରୀ । ଏସମ୍ପର୍କରେ ସାଙ୍ଗେ ସାଙ୍ଗେ ଖବର ପାଇଁ ବୈପାରିଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ସେହି ସ୍ଥାନକୁ ଯାଇ ତଦନ୍ତ ଚଲାଇଥିବାର ଜଣାପଡିଛି ।

ତେବେ ଜଣେ ଧରାପଡି ଥିବା ବେଳେ ଅନ୍ୟ ଜଣେ ସେହି ସ୍ଥାନରୁ ଫେରାର ହୋଇଥିବାର ଜଣାପଡିଛି । ତେବେ ବାଇକ ନେଇ ଯାଉଥିବା ଯୁବକ ମାନଙ୍କ ନାଁ ଗାଁ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ କରିବା ପରେ ହିଁ ସମସ୍ତ ତଥ୍ୟ ପ୍ରକାଶ କରିଯିବ ବୋଲି ସୂଚନା ପ୍ରଦାନ କରିଛି ।