ଦୁର୍ଘଟଣାରେ ଆହତମାନଙ୍କୁ ଅଟୋ ଦ୍ଵାରା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ଆହତଙ୍କୁ ଚିକିତ୍ସା କରୁଥିବା ସମୟରେ ଉଭୟ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ବାଇକ୍ ଚାଳକ ସାମାନ୍ୟ ଆହତ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ମୃତ ମହିଳାମାନେ ଲିଙ୍ଗାଗଡ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ (୩୪) ଓ ଅନ୍ୟଜଣେ ସେଇ ବିଦ୍ୟାଳୟର କିରାଣି ବିମଳା ପ୍ରଧାନ (୪୭) । ଶିକ୍ଷୟିତ୍ରୀ ଜଣକ ନୟାଗଡ଼ ବାସିନ୍ଦା ହୋଇଥିବା ବେଳେ କିରାଣି ମାଲିକାପଡ଼ି ପଞ୍ଚାୟତ କୁପାଗୁଡ଼ା ଗ୍ରାମର ।
ଘଟଣା ଜାଣିବା ପରେ ପରିବାର ଓ ଗ୍ରାମବାସୀ ମେଡିକାଲରେ ପହଞ୍ଚିଥିଲେ । ୨ ଟି ଅମୂଲ୍ୟ ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସ୍ଥାନୀୟ ଥାନା ଅଧିକାରୀ ଅଜୟ ସ୍ୱାଇଁ ମେଡିକାଲରେ ପହଞ୍ଚି ଚାଳକ ନାବାଳକ ନିପ୍ରେଶ ନାୟକକୁ ନିଜ ଅଧୀନରେ ଚିକିତ୍ସା କରୁଥିବା ସହ ଅନ୍ୟ ଜଣେ ବାଇକ୍ ଆରୋହୀ ନାବାଳକ କିଟୁନ ପ୍ରଧାନକୁ ଦୁର୍ଘଟଣା ସ୍ଥଳରୁ ଆଣିବା ସହ ସ୍କୁଟି ଓ ବାଇକ୍ ଜବତ କରିଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

© 2023 Odisha Taza News.