No Result
View All Result
୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ହିଲଟପ୍ କଲେଜ୍ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ସୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କବି ବିପିନ ନାୟକ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁର୍ବତନ ସଦସ୍ୟ ତଥା ଉପାନ୍ତ ପ୍ରହରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ସୁରକ୍ଷା ଉପରେ କହିଥିଲେ l
ଏହି କର୍ମଶାଳାରେ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ” ମୁଁ ବି ଲେଖକ ହେବି” ବିଷୟକୁ ନେଇ ଆଲୋଚନା ହୋଇଥିଲା l ଏହା ପରେ ଦ୍ଵିତୀୟ ଅଧିବେଶନ ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ବିଚିତ୍ରlନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ମୂଖ୍ୟ ଡ. ଅଜୟ କୁମାର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ. କୁଳମଣି ଓଝା, ସମ୍ମାନୀତ ଅତିଥି ଭାବେ କବି ସୁଶାନ୍ତ କୁମାର ଜେନା, ଡ. ହୃଷୀକେଶ ପଣ୍ଡା, ସିମlଞ୍ଚଳ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସୁଶାନ୍ତ ଦାସ, ଅଧ୍ୟାପକ ଚନ୍ଦ୍ରଶେଖର ଦାସ, ପ୍ରଣବl ନନ୍ଦ ପlଟଯୋଷି ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result