ଓଡିଶା ତାଜା ନ୍ୟୁଜ୍ (୦୪ ଜୁନ୍ ଗୁରୁବାର ) ନୟାଗଡ଼ ଜିଲ୍ଲା :- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ମାନଙ୍କୁ ଏହି କରୋନା ରୋଗ ରେ ଆକ୍ରାନ୍ତ ହେବାକୁ ପଡିଛି । ଆଜି ନୟାଗଡ଼ ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ୟ୍ୟରତ ଜଣେ ଷ୍ଟାଫ ନର୍ସ ଙ୍କୁ କରୋନା ରୋଗରେ ଆକ୍ରାନ୍ତ ହେବାକୁ ପଡିଛି ।
କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବାରୁ କାହା ସଂସ୍ପର୍ଶରେ ଆସି ଏହି ମହାମାରୀ କରୋନା ରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଣାଇଛନ୍ତି । ଆକ୍ରାନ୍ତ ଷ୍ଟାଫ ନର୍ସ ଙ୍କୁ ଭୁବନେଶ୍ୱର ପଠାଯାଇଛି ଏବଂ ସମସ୍ତ ୱାର୍ଡକୁ ସାନିଟାଇଜ କରାଯାଇଛି ବୋଲି ଜଣାଇଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com