୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ପଦ୍ମପୁର ଉପନିର୍ବାଚନ ଅବସରରେ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ବ ରେ ୨ନଂ ଜୋନ୍ ର ୩ଟି ପଞ୍ଚାୟତରେ ଦଳୀୟ ପର୍ଯ୍ୟବେକ୍ଷକ ମାନ୍ୟବର ବିଧାୟକ ବରଗଡ଼ ଦେବେଶ ଆଚାର୍ଯ୍ୟ,ମାନ୍ୟବର ବିଧାୟକ ବାଲେଶ୍ଵର ଶୋରୁପ୍ ଦାସ ,
ଶିଶିର ପରିଜା,ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ଦଳୀୟ ନେତୃମଣ୍ଡଳୀ ଙ୍କ ଗହଣରେ ଗସ୍ତକରି ବିଜୁଜନତା ଦଳର ବିଧାୟକା ପ୍ରାଥିନି ବର୍ଷା ସିଂ ବରିହାଙ୍କ ପାଇଁ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ ଶାସନ ଏବଂ ଓଡ଼ିଶାର ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନ୍ ରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା
ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଓ ଡ଼ଙ୍ଗାଘାଟ ଗ୍ରାମପଞ୍ଚାୟତ ପର୍ଯ୍ୟବେକ୍ଷକ ରୁଦ୍ର ମହାରଥୀଙ୍କ ଉପସ୍ଥିତିରେ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ହୋଇଥିବା ଦୁଇ ସରପଞ୍ଚ ପାର୍ଥି ତଥା ବିଜେପି ଦଳର ଛାମୁଆ ନେତା ବିଜୟ ବେହେରା ଓ ରୋହିତ ରଣା,ଛାମୁଆ କର୍ମୀ କଳ୍ପଦିପ ଆଜି ତାଙ୍କ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

© 2023 Odisha Taza News.