୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ପଦ୍ମପୁର ଉପ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରତୁଣ୍ଡା, ପାଇକମାଳ,ରୁଗୁଡିଧରା ଅଞ୍ଚଳ ଯାହାକି ଛତିଶଗଡ଼ ସୀମା କୁ ଲାଗିଛି, ପରିଦର୍ଶନ କରିଥିଲେ । ସେଠାରେ ସୀମା ଚେକ ପୋଷ୍ଟ ଗୁଡିକ ବୁଲି ଦେଖିବା ସହ ନିର୍ବାଚନ ପାଇଁ ଯାଞ୍ଚ୍ କୁ କଡାକଡି କରିବା ନିର୍ଦ୍ଦେଶ ଦେଇଥିଲେ । ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି ପୋଲି° ଅଧିକାରୀ ମାନଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରିଜାଇଡିଙ୍ଗ ଅଫିସର,ପୁଲି° ଅଫିସର,ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ମାଓ ପ୍ରବଣ ଝାରବନ୍ଧ ଓ ପାଇକମାଳ ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ପୋଲିସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପରିଚାଳନା ନିମନ୍ତେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ।