ଉଦ୍ଧାର କରାଯାଇଥିବା ଜୀବନ୍ତ ବଜ୍ରକାପ୍ତା ଟି ସୁସ୍ଥ ଥିବାର ଜଣା ପଡିଛି ।
୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଟାଙ୍ଗୀ :- ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଟାଙ୍ଗୀ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ବ୍ରାହ୍ମଣ୍ଡି ନିକଟରେ ଏକ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ବିଶ୍ଵସ୍ତ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଚଢାଉ କରିଛି ଏସ ଟି ଏଫ୍ । ଏହି ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ।ଉଦ୍ଧାର ପାଇଥିବା ଜୀବନ୍ତ ବଜ୍ର କାପ୍ତାକୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗକୁ ଏସ ଟି ଏଫ୍ ହସ୍ତାନ୍ତର କରିଛି, ଏଥି ସହିତ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ମାଫିଆକୁ ମଧ୍ଯ ଏସ ଟି ଏଫ୍ ଗି୍ରଫ କରିଛି, ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ମାଫିଆର ନାମ ଜୟକୃଷ୍ଣ ତରାଇ ବୟସ ୪୬ , ଘର ବାଲୁଗାଁ ଥାନା ଅନ୍ତର୍ଗତ ଘୁମୁସର ପଦର ଗ୍ରାମରେ ବୋଲି ଜଣା ପଡିଛି । ଉଦ୍ଧାର କରାଯାଇଥିବା ଜୀବନ୍ତ ବଜ୍ରକାପ୍ତା ଟି ସୁସ୍ଥ ଥିବାର ଜଣା ପଡିଛି । ବଜ୍ରକାପ୍ତାଟିର ଲମ୍ବ ୧୦୭ ସେ.ମି. ବୋଲି ଜଣା ପଡିଥିବା ବେଳେ ଏହାର ଓଜନ ୯ କେଜି ୨୦୦ ଗ୍ରାମ୍ । ଉଦ୍ଧାର ବଜ୍ରକାପ୍ତାକୁ ନେଇ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ଭୁବନେଶ୍ଵର ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତକୁ ନେଇ ଏସ ଟି ଏଫ୍ ଅଧିକ ସୁରାକ ପାଇବାପାଇଁ ଖୋଳ ତାଡ କରୁଥିବାର ଜଣା ପଡିଛି ।