୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ଓ ଆଖ ପାଖ ଅଞ୍ଚଳ ମଧ୍ୟରେ ଏକାଧିକ ଷ୍ଟଡି କୋଚିଙ୍ଗ ସେଣ୍ଟର ଥିବାରୁ ନିକଟସ୍ଥ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଓ ଛାତ୍ରୀ ଏଠାକୁ ଟ୍ୟୁସନ ହେବା ପାଇଁ ଆସନ୍ତି l ରାତ୍ର ଆଠ ଘଟିକା ଠାରୁ ନଅ ଘଟିକା ମଧ୍ୟରେ ପ୍ରାୟ ସମସ୍ତ କୋଚିଙ୍ଗ ସେଣ୍ଟର ଛୁଟି ହେଉ ଥିବାର ସୁଯୋଗ ନେଇ ଦୀର୍ଘ ଦିନ ହେବ ମା’ ଭଗବତୀଙ୍କ ପୀଠ ରୁ ବିଷରପାଟଣା ସାହି ଓ କୁମାରାଙ୍ଗ ଛକ ପର୍ଯନ୍ତ କିଛି ଅସାମାଜିକ ଯୁବକ ବିଭିନ୍ନ ସ୍ଥାନରେ ଛପି ବସୁଛନ୍ତି l ସୁଯୋଗ ପାଇଁ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିବା, ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିବାକୁ ବି ପଛାଉ ନାହାନ୍ତି l ଏହା ଅବଶ୍ୟ ନିତିଦିନିଆ ଘଟଣାରେ ପରିଣତ ହୋଇ ଯାଇଥିବା ବେଳେ ଏମାନଙ୍କୁ ସାବାଡ଼ କରିବା ପାଇଁ ବାଲୁଗାଁ.ଏସ ଡି ପି ଓ. ଶ୍ରୀଯୁକ୍ତ ମାନସ ରଞ୍ଜନ ବାରିକ କଡା ନିଦ୍ଦେଶ ଦେଇଛନ୍ତି ଓ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସ୍ ସବ ଡ଼ିଭିଜନର ପ୍ରତ୍ୟେକ ଥାନାର ଫୋନ୍ ନମ୍ୱର ଜାରି କରିଛନ୍ତି । ଏହାସତ୍ୱେ ପୁଲିସକୁ ଖାତିର ନକରି ରୋଡରୋମିଓ ଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଶ୍ରୀନିବାସପୁର ଗ୍ରାମର ଦଣ୍ଡପାଣି ଜେନାଙ୍କ ପୁଅ. କିଶୋର ଜେନା ବୟସ ୨୪ ବର୍ଷ , ଜଣେ ଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଛାତ୍ରୀଙ୍କୁ ଏକାକି ଯାଉଥିବାର ସୁଯୋଗ ନେଇ କମେଣ୍ଟ ମାରି ଅସଦାଚରଣ କରିଥିଲା।
ଫଳରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହେବାରୁ ବାଣପୁର ଥାନା ଆଇଆଇସି ଶ୍ରୀଯୁକ୍ତ ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିଲା ପୋଲିସ, ଯୁବକ ବିରୋଧରେ ବାଣପୁର ଥାନା କେସ୍ ନମ୍ବର 523/22 ପୋକ୍ସ ଆକ୍ଟରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ସୁଚନା ଦେଇଛନ୍ତି। ତେବେ ବାଣପୁର ବଜାର ଓ ଆଖ ପାଖ ଅଞ୍ଚଳରେ ପ୍ରତିଦିନ ଏପରି କାଣ୍ଡ ଘଟୁଥିବା ବେଳେ ଆଇଆଇସି ଶ୍ରୀଯୁକ୍ତ ପରିଡା ଉକ୍ତ ସମସ୍ୟାକୁ ଗୁରୁତ୍ଵର ସହ ନେଇଥିବା ବେଳେ ଏହାକୁ ଅଧିକ ତ୍ୱରାନ୍ୱିତ କରି ପ୍ରତିକାର ଦିଗରେ ବିଶେଷ ପଦକ୍ଷେପ ନେଇଛନ୍ତି,,