ନୁଆଗଡ ବ୍ଲକରେ ମ୍ୟାଟ୍ରିକ ସମେଟିଭ ପରୀକ୍ଷା ଆରମ୍ଭ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :-  ନୁଆଗଡ ବ୍ଲକର ୩ଟି କେନ୍ଦ୍ରରେ ବୁଧବାର ରୁ ମ୍ୟାଟ୍ରିକ ସମେଟିଭ-୧ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ୩ଟି କେନ୍ଦ୍ରରେ ବ୍ଲକର ମୋଟ ୫୯୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ନୁଆଗଡ ଲକ୍ଷୀ ନୃସିଂହ ନୋଡାଲ ବିଦ୍ୟାଳୟ ଠାରେ ୧୭୮ ଜଣ ମଧ୍ୟରୁ ୧୭୭ ଜଣ, ଦୋଘରିୟା ଏସ୍ଏସ୍ଟି ହାଇସ୍କୁଲଶ ୧୯୩ ଜଣରୁ ୧୮୫ ଜଣ ଓ ବଡପଦା ହାଇସ୍କୁଲରେ ୧୦୪ ଜଣଙ୍କ ମଧ୍ୟରୁ ୮୯ ଜଣ ପରୀକ୍ଷା ଦେଇଛନ୍ତି ।

ସ୍ଥାନୀୟ ତହସିଲିଦାର କୁରେଶ ଚନ୍ଦ୍ର ଜାନୀ ପରୀକ୍ଷା ପରିଚାଳନା କରିଥିଲେ । ଏବିଇଓ ଲିଙ୍ଗରାଜ କାର୍ଜୀ, ନିଲପ ବିମଳ ଓ ତାବରଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ସାତ୍ତ୍ବିକ ପଟ୍ଟନାୟକ ପରୀକ୍ଷା ତଦାରଖ କରିଥିଲେ । ଏଥିରେ ପରୀକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ସମେତ ୫୬ ଜଣ ଶିକ୍ଷକ ପରୀକ୍ଷକ ଭାବେ ଯୋଗ ଦେଇଥିଲେ ।