ସିସିଡି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତାରେ ସିସିଡି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଗୁମ୍ମା ବ୍ଲକ୍ ର ପରିଡା, ଗାଇବା, ବୃଷଭ ଓ ବାଇଝଲ୍ ପଞ୍ଚାୟତର ୩୦ ଜଣ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶାସରକାରଙ୍କ ପଞ୍ଚାୟତି ରାଜ ବିଭାଗ ଦ୍ୱାରା ମନୋନୀତ ନରେଶ ନାଥ ମହାପାତ୍ର ଏବଂ ସୋମନାଥ ଚୌଧୁରୀ ମୁଖ୍ୟ ସମ୍ବଳବ୍ୟକ୍ତି ଭାବେ ଯୋଗଦେଇ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବରକୁ ପରିଚାଳନା କରିଥିଲେ । ଉଦଘାଟନୀ ଉତ୍ସବରେ ସିସିଡିର ସଂପାଦକ ଏ ଜଗନ୍ନାଥ ରାଜୁ ଉପସ୍ଥିତ ରହି ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ସେମାନଙ୍କର ଦାୟୀତ୍ୱ,

କର୍ତ୍ତବ୍ୟ ଏବଂ ପଞ୍ଚାୟତରେ ମୂଖ୍ୟତଃ ମହିଳା ସଭ୍ୟାଙ୍କର ଭୂମିକା ଉପରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ଦେବେନ୍ଦ୍ର ନାଥକର ଉପସ୍ଥିତ ରହି ସମସ୍ତ ୱାର୍ଡସଭ୍ୟସଭ୍ୟାଙ୍କୁ ଉତ୍ସାହିତ କରିଥିଲେ । ସମ୍ବଳ ବ୍ୟକ୍ତି ଗଣ ଉପସ୍ଥିତ ସଭ୍ୟସଭ୍ୟାଙ୍କୁ ବିଭିନ୍ନ ପାୱାର ପଏଣ୍ଟ ଏବଂ ଖେଳ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପଞ୍ଚାୟତ ତଥା ନିଜ ନିଜର ୱାର୍ଡ ର ଉନ୍ନତି କରିବା ପାଇଁ ସଚେତନ କରିଥିଲେ ତୃତୀୟ ଦିନରେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ କ୍ଷେତ୍ର ଭ୍ରମଣରେ ଝାମୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ କୁ ପରିଦର୍ଶନ କରାଇବା ପରେ ପ୍ରମାଣ ପତ୍ର ସହ ସମସ୍ତଙ୍କର ମିଳିତ ଫୋଟ ସିସିଡି ସଂପାଦକ, ସମ୍ୱଳବ୍ୟକ୍ତି ଓ ଦେବେନ୍ଦ୍ରନାଥ କର ଦ୍ୱାରା ପ୍ରଦାନ କରାଯାଇଥିଲା ।ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରକୁ ସିସିଡିର ସମସ୍ତ କର୍ମୀପରିଚାଳନା କରିଥିଲେ ।