ପଡ଼ିଆ ଵିଏସ୍ଏଫ୍ ପକ୍ଷରୁ ଜନ ସମ୍ପର୍କ ଶିବିର

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଶିଙ୍ଗାନିଗୁଡା ଗ୍ରାମରେ ପଡ଼ିଆ ଵିଏସ୍ଏଫ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ଶିଙ୍ଗାନିଗୁଡା ଗ୍ରାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯବାନମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନେଇ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୁଲିସ ସହ ଉତ୍ତମ ବୁଝାମଣା ରକ୍ଷା, ନିଜ ନିଜ ଗାଁ କମିଟି ମାଧ୍ୟମରେ ବିଭିନ୍ନ ପାରିବାରିକ କଳହଳ ଆପେକ୍ଷା ବୁଝାମଣା କରିବା ଓ ବାଲ୍ୟବିବାହକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲ ।

ଏହି ଅବସରରେ ବିଏସଏଫ ପକ୍ଷରୁ କମ୍ବଳ, ଲୁଙ୍ଗି, ଛତା,ସ୍କୁଲ ବ୍ୟାଗ୍, ଭଲିବଲ, ନେଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଡ଼ିଆ ଥାନା ଅଧିକାରୀ ସୁନିଲ କୁମାର ସୋରେନ୍ , ପଡ଼ିଆ ସହାୟକ ନୀରୀକ୍ଷକ ,ପଡ଼ିଆ ପଞ୍ଚାୟତର ସରପଞ୍ଚ ଗଙ୍ଗା କାରାମ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ ।