ଓଡିଶା ତାଜା ନ୍ୟୁଜ୍ (୦୩ ଜୁନ୍, ବୁଧବାର) ପିଲାଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ :- ପିଲାଙ୍କ ଖାତାକୁ ଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ। ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏ ୯୦ ଦିନର ରୋଷେଇ ବାବଦକୁ ଖର୍ଚ୍ଚ ପିଲାଙ୍କ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରେ ଜମା କରିବା ପାଇଁ ମଧ୍ୟାହ୍ନ ଭୋଜନ ଯୋଜନାର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ୪୭୯.୯୬ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଖାତାକୁ ଯିବ ୭୧୭.୧୬ ଟଙ୍କା । ବ୍ଲକ ଶିକ୍ଷା ଅଧିକାରୀ ମାନେ ସ୍କୁଲ୍ ତାଲିକା ଏବଂ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ତାଲିକା ପ୍ରସ୍ତୁତ କରିବେ ।
ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ସ୍କୁଲ୍ ଆକାଉଣ୍ଟ କୁ ରୋଷେଇ ବାବଦକୁ ଖର୍ଚ୍ଚ ତୁରନ୍ତ ପଠାଇବା ଲାଗି ନିର୍ଦ୍ଦେଶ ରହିଛି । ଯେଉଁ ଅଭିଭାବକ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ନଥିବ ସେମାନଙ୍କୁ ସ୍କୁଲରେ ଧାର୍ଯ୍ୟ ରାଶି ପଇଠ କରିବାକୁ କୁହାଯାଇଛି । ଏହି ସମୟରେ କରୋନା ଗାଇଡ ଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୧୬ ରୁ ଜୁନ୍ ୧୩ ଯାଏ ୯୦ ଦିନର ରାସନ୍ ସାମଗ୍ରୀ ଦିଆଯାଇଛି ।