୨୧ ନଭେମ୍ବର ସୋମବାର (ଓଡ଼ିଶା ତାଜାନ୍ୟୁଜ ) ଏମଭି ୭୯/ମାଲକାନଗିରି :- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୬ ଠାରେ ମାଁ କାଳୀଙ୍କ ପୁଜା ଅନୁଷ୍ଠିତ ହୋଇଛି । ଏହି ମାଁ କାଳୀଙ୍କ ଆୟୋଜିତ ପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ଯୋଗଦେଇଥିଲେ l ପ୍ରଥମେ ମା ଙ୍କ ମନ୍ଦିର ରେ ପୂଜା ଅର୍ଚ୍ଚନା କରିବା ପରେ କମିଟିର ସଦସ୍ୟ ମାନେ କାର୍ଯ୍ୟକାରୀ ସଭାପତି ଓ ଅନ୍ୟ ଅତିଥି ମାନଙ୍କୁ ପାଛୋଟି ନେଇ ଥିଲେ ମଞ୍ଚ ଉପରକୁ ଏବଂ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଫିତା କାଟି କାର୍ଯ୍ୟକ୍ରମର ଶୁଭଆରମ୍ଭ କରିଥିଲେ ।
କାଳି ପୂଜା ଉପଲକ୍ଷେ ସୁଦୂର ପଶ୍ଚିମ ବଙ୍ଗଳା ନଦୀୟା ଜିଲ୍ଲାରୁ ଆସିଥିବା କବିଗାନ ଗାୟକ ପ୍ରତିଷ୍ଠିତ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆଖପାଖ ଆଞ୍ଚଳର ଅନେକ ଗୁରୁଜନ ଓ ବୋହୁ ସଂଖ୍ୟାରେ ସ୍ଥାନୀୟ ସ୍ରୋତା ଗଣ ପାରମ୍ପପାରିକ କବିଗାନ ଶୁଣିବା ଲାଗି ଉପସ୍ଥିତ ହୋଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅପର୍ଣ୍ଣା ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ମତୁଆ ସମ୍ପରଦାୟ ସଭାପତି ଅଶୋକ ହାଲଦାର, ବରିଷ୍ଟ ବିଜେଡି କର୍ମୀ ହିମାଂଶୁ ବିଶ୍ୱାସ, ସୁବାସ ବାନାର୍ଜୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଲାଲ ମଣ୍ଡଳ, ଦିଲ୍ଲୀପ ବିଶ୍ୱାସ, ବାବୁ ମୂଷିଦ,ଯୁବ ନେତା ବିବେକ ମଣ୍ଡଳ ଓ ସ୍ଥାନୀୟ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ l














