• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାଇକମାଳ ଓ ପଦମପୁରରେ ରେଳ ପ୍ରକଳ୍ପ ପ୍ରସଙ୍ଗରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କର ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି

Proprietor Abhimanyu Maharana by Proprietor Abhimanyu Maharana
November 21, 2022
in ଓଡ଼ିଶା, ବରଗଡ଼, ହୋମ୍
0
ପାଇକମାଳ ଓ ପଦମପୁରରେ ରେଳ ପ୍ରକଳ୍ପ ପ୍ରସଙ୍ଗରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କର ମନ୍ତ୍ରୀ ଟୁକୁନି ସାହୁଙ୍କୁ ଚିଠି
Share on FacebookShare on TwitterWhatsapp

ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାସ : ସୁରେଶ ପୁଜାରୀ

1. ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡ-ନୁଆପଡା ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି
2. ପାଖାପାଖି ୧୧ ମାସ ତଳର ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଅଜ୍ଞ ରହିବା ଅତ୍ୟନ୍ତ ଲଜ୍ଜାଜନକ
3. ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଗତ ଜାନୁଆରି ୨୦୨୨ରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ ଟେଣ୍ଡର ମଧ୍ୟ କରିସାରିଛନ୍ତି
4. ରେଳ ପ୍ରକଳ୍ପ ପାଇଁ ଜମି ଦେବାରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ପ୍ରକଳ୍ପର ଅଗ୍ରଗତି ଅଟକିଛି
5. ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ
6. ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି

୨୧ ନଭେମ୍ବର ସୋମବାର  (ଓଡ଼ିଶା ତାଜାନ୍ୟୁଜ ) ପଦମ୍‌ପୁର/ଭୁବନେଶ୍ୱର :- ସବୁବେଳେ ନିଜ ଦୋଷକୁ ଅନ୍ୟ ମୁଣ୍ଡରେ ଢାଳିବା ହେଉଛି ବିଜୁ ଜନତା ଦଳର ସରକାରର ଏକ ପୁରୁଣା ଅଭ୍ୟାସ । ପଦମପୁର ଉପନିର୍ବାଚନରେ ପରାଜୟ ସୁନିଶ୍ଚିନ୍ତ ବୋଲି ଜାଣିବା ପରେ ବିଜୁ ଜନତା ଦଳ ଏବେ ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛନ୍ତି । ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡରୁ ନୁଆପଡା ଭାୟା ପଦମପୁର, ପାଇକମାଳ ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରଗଡ ସାଂସଦ ସୁରେଶ ପୁଜାରୀ । କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ପାଖାପାଖି ୧୧ ମାସ ହେଲାଣି ମିଳିସାରିଛି ସେହି ରେଳ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଗତ କାଲି ଚିଠି ଲେଖି ଅନୁମୋଦନ ପାଇଁ ଅନୁରୋଧ କରିଥିଲେ ।

ଏକ ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ କେମିତି ଏତେ ଅଜ୍ଞ ଅଛନ୍ତି ଯେ ପୁଣି ଅନୁମୋଦନ ମାଗୁଛନ୍ତି ବୋଲି ଶ୍ରୀ ପୁଜାରି ପ୍ରଶ୍ନ କରିଛନ୍ତି । ଗତକାଲି ବିଜୁ ଜନତା ଦଲର ମନ୍ତ୍ରୀ ଟୁକୁନି ସାହୁ ବରଗଡରୁ ନୁଆପଡା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ମଂଜୁରି ଦେବା ପାଇଁ ଦାବି କରିଥିବା ଚିଠିର ଉତରରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଏକ ଚିଠି ଲେଖିଛନ୍ତି ଯାହାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷ୍ୟରୁ ଉଲ୍ଲେଖ୍ୟ କରାଯାଇଛି । ଏହି ଚିଠିରେ ରେଳ ମନ୍ତ୍ରୀ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି ପ୍ରକଳ୍ପକୁ ୩୧ ଡିସେମ୍ବର, ୨୦୨୧ରେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ ।

ଶ୍ରୀ ପୁଜାରି କହିଛନ୍ତି ଯେ, ସେହି ପ୍ରକଳ୍ପର ଅନୁମୋଦନ ନେଇ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ମଧ୍ୟ ଚିଠି ଲେଖିଛନ୍ତି ଯେଉଁଥିରେ ଜମି ଯୋଗାଇଦେବା କଥା ଉଲ୍ଲେଖ୍ୟ ଅଛି । ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଜାନୁଆରି ୨୦୨୨ରେ ଟେଣ୍ଡର ମଧ୍ୟ କରିସାରିଛନ୍ତି ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ ।

ଶ୍ରୀ ପୁଜାରି କହିଛନ୍ତି ଯେ ପଶ୍ଚିମ ଓଡିଶାର ଲାଇଫ ଲାଇନ ଖୋର୍ଦ୍ଦା ରୋଡ ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ଦୃତ ଗତିରେ ସାରିବା ପାଇଁ ସବୁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରାଇବାରେ ବିଫଳ ହୋଇ ଏଥିରେ ବାଧକ ସାଜିଛନ୍ତି । ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ଡ.ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ୍ ରଖନ୍ତୁ । ନଚେତ୍ ନିଜେ ସାଂସଦ ଡ,ପାତ୍ର ଏବଂ ମନ୍ତ୍ରୀ ଟୁକୁନି ସାହୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

କେନ୍ଦ୍ରୀୟ ରେଳ ବଜେଟ ୨୦୨୨-୨୩ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୯୭୩୪ କୋଟି ଟଙ୍କା ମିଳିଛି । ୨୦୨୧-୨୨ରେ ମିଳିଥିଲା ୬ ହଜାର ୯୯୫.୫୮ କୋଟି ଟଙ୍କାର ଅନୁଦାନ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା ବୋଲି ଶ୍ରୀ ପୁଜାରି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version