୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରୀ :- ଗଜପତି ଜିଲା ଆର,ଉଦୟଗିରି ଭାରପ୍ରାତ ତହସିଲିଦାର ଲରିମନ ଖର୍ସେଲ ଦାୟତ୍ବ ନେବା ପରେ ଅଞ୍ଚଳରେ ବହୁଳ ଭାବେ ବାଲିଚୋରା ଚାଲଣ ହେଉଥିବା ଖବର ପାଇବା ପରେ ସ୍ଥାନୀୟ ଜ.ଓ ସହତ ତହସିଲିକର୍ମଚାରି ଆର,ଉଦୟଗିରି ମୁଖ୍ୟ ରାସ୍ତାରେ ଅପେକ୍ଷା କରିବା ସମୟରେ ସେହି ରାସ୍ତା ଦେଇ ୩ଟି ଚୋରାବାଲି ଚାଲଣ ଗାଡିକୁ ଅଟକାଇ ରଖି ସରକାରଙ୍କ ଅନୁସାରେ ଗୋଟିଏ ଗାଡିକୁ ୧୦ ହଜାର ଟଙ୍କା ଜରିମାନା ଆଦୟ କରିଥିଲେ । ଆଗକୁ ମଧ୍ୟ ଏଥିପ୍ରତି ନଜର ରହିବ ବୋଲି ଭାରପ୍ରାତ ତହସିଲିଦାର ଶ୍ରୀ ଖର୍ସେଲ କହିଛନ୍ତି ।
ପୂର୍ବରୁ ଏହି ରାସ୍ତା ଦେଇ କେତେ ବାଲିଚୋରା ଗାଡି ଯାଉଥିଲେ ମଧ୍ୟ ଅଧିକାରୀ ମାନେ ଗୁରୁତ୍ବ ଦେଉନ କି କୌଣସି ବାଲି ଗାଡିକୁ ଅଟକାଇ ରଖି ନଥିଲେ । କିନ୍ତୁ ନୂତନ ଭାବେ ଦାୟତ୍ବ ନେବା ପରେ ଏହା ପ୍ରଥମ ସଫଳତା । ତେଣୁ ଅଞ୍ଚଳର ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ସାଧାରଣରେ ଚର୍ଚା ହେଉଛି ଯେ ପୂର୍ବରୁ ଦାୟତ୍ବରେ ଥିବା ଆରଆଇ ଚୋରାଚାଲାଣ ବାଲି ମାଲିକ ମାନଙ୍କ ଠାରୁ ଚାନ୍ଦା ଆଦାୟ କରିଚୁପୁ ରହୁଥିଲେ । ଏହି ଖବର ଦାଇତ୍ବ ନେବାପରେ ଖବର ପାଇ ତହସିଲିଦାର ଶ୍ରୀ ଖର୍ସେଲ ଶନିବାର ଅଚାନକ ଚଢାଉ କରଥିଲେି ବାଲି ଗାଡିକୁ ଏହା ଦେଖି ଗାଡି ମାଳିକମାନେ କୋକୁଆଭୟ ସୃଷ୍ଟି ହୋଇ ଯାଇଛି ।














