୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଆଉଟସୋସିଂ ବ୍ୟବସ୍ଥା ଉଛେଦ ଦାବିରେ ନୁଆଗଡ ବ୍ଲକ୍ ଆଉଟ୍ସୋସିଂ କର୍ମଚାରୀଙ୍କ ପକ୍ଷରୁ ଜୀଲ୍ଲାପାଳଙ୍କ ନୁଆଗଡ ବ୍ଲକ ଗ୍ରସ୍ତରେ ଆସିଥିବା ସମୟରେ ଜୀଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସ୍ଥାୟୀ ନିୟୁକ୍ତି ଦାବି ନେଇ ସଂଘ ପକ୍ଷରୁ ରାଜ୍ୟବ୍ୟାପି କଳାବ୍ୟାଜ୍ ପରିଧାନ କରି କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ
ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ବେଳେ ବ୍ଲକ ଏବଂ ତହସିଲ୍ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଥିବା ଆଉଟସୋସିଂ କର୍ମଚାରୀଙ୍କୁ ମଧ୍ୟରେ ଯାକ୍ସନ ଲିମା, ଜୟାବ ମଣ୍ଡଳ, ପିନିଟି କ୍ରାନ୍ତି, ସନ୍ତୋଷ କରାଡ, ଜିତୁ ସିଂ ଓ ସଞ୍ଜୟ ଏଡଲା ପ୍ରମୁଖ ଉପସ୍ଥିତ ଥିଲେ













