No Result
View All Result
୨୦ ନଭେମ୍ବର ରବିବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଗଜପତି ଶାଖା ର ଏକ ବିରାଟ ରାଲି ଅନୁଷ୍ଠିତ ହୋଇ ଯାଇଛି | ପାରଳାଖେମୁଣ୍ଡି ସ୍ଥିତ ରାଜପ୍ରସାଦ ଠାରୁ ଏହି ରାଲି ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା | ଏହି ରାଲି ରେ ଏକ ହଜାର ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇ ଓଡିଶା ସରକାର 2001 ରୁ 1500 ଟଙ୍କା ଦରମା ରେ ଠିକା ରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ପ୍ରତାରଣା କରି 2013 ରୁ ଠିକା ବ୍ୟବସ୍ଥା ଙ୍କୁ ଉଛେଦ କରି ମୂଳ ଶିକ୍ଷକ ଙ୍କୁ ଠକି ଦେଲେ ବୋଲି ଅଭିଯୋଗ କାଟିଛନ୍ତି |
କେନ୍ଦ୍ରୀୟ ହର ରେ ଦରମା, ପୁରୁଣା ପେନସନ ଲାଗୁ,ଓ 6 ବର୍ଷ କାର୍ଯ୍ୟ ଙ୍କୁ ଚାକିରୀରେ ଗଣନା କରିବା ଆଦି ଦାବୀ ରହିଛି | ଏହି କାର୍ଯ୍ୟ କ୍ରମ ରେ ସଭାପତି ସୁମନ୍ତ ସିଂତଡା, ମୋନଜ ଭାଇ, ପଞ୍ଚାନନ ପଣ୍ଡା, ଗୋପାଳ ରାଓ ଓ ଜିଲ୍ଲା ଉପଦେଷ୍ଟା ଶ୍ରୀ ଜଗଦୀଶ କୁମାର ପାତ୍ର ଯୋଗ ଦେଇ ଥିଲେ | ଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିଲା |

No Result
View All Result