
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ,ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ , କଣ୍ଟେଇକୋଳି, ମୋହନା, ଗଜପତି । ତାରିଖ – ୧୯/୧୧/୨୦୨୨ ଅବସରପ୍ରାପ୍ତ ଭାରତୀୟ ସ୍ଥଳ ସେନା ଅଧିକାରୀ ତିବତିଆନ ଓ ତାଙ୍କ ପରିବାର ବର୍ଗ ଉକ୍ତ ଦିବ୍ୟାଙ୍ଗ ଅନୁଷ୍ଠାନ ରେ ଅଦ୍ୟ ତା ୧୯/୧୧/୨୦୨୨ ଶନିବାର ଦିବା ୧୧ ଘଣ୍ଟା ସମୟରେ ଉପସ୍ଥିତ ହୋଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସେମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତତ୍ପରେ ସେମାନେ ବିଦ୍ୟାଳୟର ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ ଏବଂ ମିଷ୍ଟାନ୍ନ ବଣ୍ଟନ ସହ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ ।
ଅନୁଷ୍ଠାନ ର କୋଣ ଅନୁକୋଣ ପରିଦର୍ଶନ କରିବା ସହ ଆଗାମୀ ଦିନରେ ଅନୁଷ୍ଠାନର ସୁବିଧା ଅସୁବିଧାରେ ଯୋଗଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଥିସହ ଗଜପତି ଜିଲ୍ଲା ଗାଡ଼ି ଚାଳକ ସଂଘ ର ସଂଯୋଜକ ଶ୍ରୀଯୁକ୍ତ କୁନା ପାତ୍ର ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନନ୍ଦ ମୁଖରିତ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ, କମିଟି ବୃନ୍ଦ ଏବଂ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ପରିଶେଷରେ ସମ୍ପାଦକ ଙ୍କ ଦ୍ଵାରା ମାନପତ୍ର ଓ ଅଧ୍ୟକ୍ଷଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

© 2023 Odisha Taza News.