ଓଡିଶା ତାଜା ନ୍ୟୁଜ୍ (୦୨ ଜୁନ୍, ମଙ୍ଗଳବାର) ପାରଳଖେମୁଣ୍ଡି ,ଗଜପତି :- ଗଜପତି ,ବେଢି ଉପରେ କୋରଡା ମାଡ, କେତେବେଳେ ତିତିଲି, ତ କେତେବେଳେ ଫନି ଅବା ଅମ୍ଫାନ, ଅଦିନିଆ ବର୍ଷା, ହେଉ ଅବା ବର୍ଷା ଅଭାବରୁ ଗଜା ମରୁଡି ସେସବୁ ମଧ୍ୟରେ ବର୍ତ୍ତମାନ କୋରନା ଯୋଗୁଁ ଲାଗି ରହିଛି ସମସ୍ୟା । ଏହା ସମାଧାନ ନହେଉଣୁ ଚାଷୀଙ୍କ ମୁଣ୍ଡରେ ମାଡି ଆସୁଛି ଆଉ ଏକ ବିପଦ, ପଙ୍ଗପାଳର ପ୍ରକୋପ । ଯାହା ଚାଷୀଙ୍କ ଚିନ୍ତା ବଢ଼ାଇଛି ଦେଇଛି । ଏବେ କୋରନା ଦ୍ୱାରା ପ୍ରଭାବିତ ହୋଇ ଚାଷୀ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ।
ଏହି ସମୟରେ ପଡୋଶୀ ରାଜ୍ୟରୁ ପଶି ଆସୁଥିବା ପଙ୍ଗପାଳକୁ ନେଇ ଦେଖାଦେଇଛି ଆସନ୍ନ ବିପତ୍ତି, ଯାହାର ଆଶଙ୍କା କରି ସରକାର ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି । ଏଥି ନିମନ୍ତେ ସରକାର ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରତିଷେଧକ ବ୍ୟବସ୍ଥା ସକାଶେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲାର ନିକଟବର୍ତ୍ତୀ ଅଞ୍ଚଳରେ ଝିଣ୍ଟିକା ପ୍ରଜାତିର ହଜାର ହଜାର ସଂଖ୍ୟକ ପୋକ ଜଙ୍ଗଲ ଅଞ୍ଚଳରେ ଗଛବୁଦାକୁ ଖାଇ ଚାଲିଛନ୍ତି, ଯାହାକୁ ଦେଖି ଚାଷୀକୂଳ ଆତଙ୍କିତ ହୋଇ ପଡିଛନ୍ତି ।
କିନ୍ତୁ ଏହା କେଉଁ ପ୍ରଜାତିର ସ୍ୱଷ୍ଟ ହୋଇନଥିଲେ ମଧ୍ୟ ଚାଷୀଙ୍କ ଫସଲ ପ୍ରତି ରହିଛି ବିପଦ । ତେବେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତାହା କେଉଁ ପ୍ରଜାତିର ସ୍ୱଷ୍ଟ କରିବା ସହ ସେଥିପାଇଁ ପ୍ରତିଶେଧକ ବ୍ୟବସ୍ଥା କରିବା ଜରୁରି ହୋଇପଡିଛି । ଯାହାଦ୍ବାରା ଫସଲର ସୁରକ୍ଷା ହେବା ସହ ଚାଷୀଙ୍କ ଆଶଙ୍କା ଦୁର ହୋଇ ପାରିବ । (ରିପୋର୍ଟ୍ – ଗରୁଡ଼ ଧ୍ଵଜ ଚୌଧୁରୀ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com