୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକରେ କାର୍ଯ୍ୟରତ ୩୦୧ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସ୍ଥାନୀୟ ହାଇସ୍କୁଲ ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଁଚି ଏକ ଦାବୀ ପତ୍ର ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ।ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ଶିକ୍ଷକ ସଂଘର ସଭାପତି ଜୟମ୍ବର ନାୟକଙ୍କ ସହ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ। ଏହି ଶୋଭାଯାତ୍ରାରେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ସମ୍ପାଦନ କରୁଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
ଶିକ୍ଷକ ମାନେ ଶୋଭାଯାତ୍ରାରେ ବାହାରି ସରକାର ଙ୍କ ଉଦେଶ୍ୟ ରେ ବିଭିନ୍ନ ସ୍ଲୋଗାନ ସହ ନାରା ବାଜି କରି ସ୍ଥାନୀୟ ଶିକ୍ଷା ଅଧିକାରୀ ଦେବଦାସ ତମରାପୁ ଙ୍କୁ ଦାବୀ ପତ୍ର ପ୍ରଦାନ କରି ସରକାର ଙ୍କ ଦୃଷ୍ଟିକୁ ଆଣି ବିହିତ ପଦକ୍ଷେପ ନେବାକୁ ଦାବୀ କରିଥିଲେ।ଶିକ୍ଷକ ମାନଙ୍କ ଦାବୀ ଥିଲା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଛ’ବର୍ଷ ରେ ଛ’ଟି ଇ ଏନକ୍ରିମେଣ୍ଟ, ନୂତନ ପ୍ରାଥମିକ ଶିକ୍ଷକ ପଦବୀ ଉଛେଦ, ଛ’ବର୍ଷର ଠିକା କର୍ମଚାରୀ ଙ୍କୁ ମୂଳ ଦରମା ପ୍ରଦାନ,
ପୁରୁଣା ପେନସନ ପ୍ରଦାନ ପ୍ରମୁଖ ଦାବୀ କରି ଶୋଭାଯାତ୍ରା କରିବା ସହ ରାଜଧାନୀ ଯାଇ ବିଧାନସଭା ସମ୍ମୁଖରେ ମଧ୍ୟ ଧାରଣା ଦେବେ ବୋଲି ପ୍ରକାଶ କରିଛନ୍ତି।ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ଏବଂ ନୂତନ ପ୍ରାଥମିକ ଶିକ୍ଷକ ମାନେ ଏହି ଶୋଭାଯାତ୍ରାରେ ବାହାରି ଠିକା କର୍ମଚାରୀ ଉଛେଦ କରି ନିୟମିତ କରିବା ନିମନ୍ତେ ଦାବୀ କରିଥିଲେ।ଗୋଷ୍ଟି ଶିକ୍ଷା ଅଧିକାରୀ ଶିକ୍ଷକ ମାନଙ୍କ ଦାବିକୁ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରକାଶ କରିଛନ୍ତି ।

© 2023 Odisha Taza News.