୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) କୁଡୁମୁଲୁଗୁମ୍ମା :- ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ , ଭୁବନେଶ୍ବର ଆନୁକୁଲ୍ୟରେ, ଜିଲ୍ଲା ଶାଖା ମାଲକାନଗିରି ମହାସଂଘ ର ଆହ୍ୱାନ କ୍ରମେ କୁଡୁମୁଲୁଗୁମ୍ମା ଶିକ୍ଷା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (NPS) ତରଫରୁ ଏକ ବିରାଟ ଶିକ୍ଷକ ରାଲି ଆୟୋଜିତ ହୋଇଯାଇଛି। ସ୍ଥାନୀୟ କଲ୍ଯାଣ ମଣ୍ଡପ ଠାରୁ ଆରମ୍ଭ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ,କୁଡୁମୁଲୁଗୁମ୍ମା ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶହ ଶହ ପ୍ରାଥମିକ ଶିକ୍ଷକ /ଶିକ୍ଷୟତ୍ରୀ ଶାନ୍ତି ପୂର୍ଣ୍ଣ ଭାବରେ ରାଲିରେ ଯାଇ ସେମାନଙ୍କର ତିନି ଦଫା ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଉଦ୍ଧେଶ୍ୟରେ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୁଡୁମୁଲୁଗୁମ୍ମା ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ ।
ଠିକା ନିଯୁକ୍ତି ଉଚ୍ଛେଦ ସହ ୨୦୦୧ ରୁ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ବର୍ଦ୍ଧିତ ବେତନ ପ୍ରଦାନ ସହ ଛଅ ବର୍ଷର ଠିକା ଅବଧି କୁ ମୂଳ ଚାକିରିରେ ସଂଯୋଗ କରି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା, ନୂତନ ପେନସନ ପରିବର୍ତ୍ତେ ପୁରୁଣା ପେନସନ୍ ପ୍ରଦାନ କରିବା ମୁଖ୍ୟତଃ ଦାବି ଉପସ୍ଥାପନ କରିଥିଲେ।ମିଳିତ ପ୍ରାଥମିକ ଶିକ୍ଷକ ସଂଘ, କୁଡୁମୁଲୁଗୁମ୍ମାର ବରିଷ୍ଠ ଶିକ୍ଷକ ନେତା ତଥା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନେଲୁର,ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ପୂଜାରୀ, ଉପ ସଭାପତି ଶ୍ରୀଯୁକ୍ତ ତ୍ରିନାଥ ପାଳ,
ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ କର୍ଣ୍ଣ ଭତ୍ରା, ଶ୍ରୀଯୁକ୍ତ ଡମ୍ବରୁ ଭତ୍ରା, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ଦାଶ,ଉପ ସଭାନେତ୍ରୀ ସସ୍ମିତା ରଥ, ସମ୍ପାଦକ ଶ୍ରୀଯୁକ୍ତ ସୁଧାକର ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଯଚିନ୍ଦ୍ର ସ୍ଵାଇଁ, କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ବ୍ରଜ ନାରାୟଣ ଦାସ, କାର୍ଯ୍ୟକାରୀ ସଦସ୍ଯ ଶ୍ରୀଯୁକ୍ତ ପି. କେ. ଏସ୍. ଏସ୍. ବେନିଆ, ବିଜୟ ଚୌଧୁରୀ, ଜଗନ୍ନାଥ ମିର୍ଦ୍ଧା, ପିତବାସ ପରିଡା, ପ୍ରଫୁଲ୍ଲ କୁମାର ମାଝୀ, ବେଦବ୍ରତ ପ୍ରଧାନ, ଜ୍ୟୋତିଷ ରଞ୍ଜନ ଆଚାର୍ଯ୍ୟ, ମନୀଷା କୁଲଦୀପ, ରଚନା ପୁରୋହିତ ଙ୍କ ନେତୃତ୍ଵରେ ଶିକ୍ଷକ ରାଲି ସଫଳ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ଶିକ୍ଷକ ସଂଘ ନେତା ଶ୍ରୀ ରମେଶ ଚନ୍ଦ୍ର ନେଲୁରୁ ଶିକ୍ଷକ ମାନଙ୍କ ନାର୍ଯ୍ୟ ଦାବି ଉପସ୍ଥାପନ ସହ ସରକାରଙ୍କ ଶିକ୍ଷକ ମାରଣ ନୀତି ର ତୀବ୍ର ବିରୋଧ କରିଥିଲେ।
ସଂଘ ର ଅନ୍ୟତମ ନେତା ଶ୍ରୀ ଉମାଶଙ୍କର ଦାଶ ସଂଗଠିତ ଭାବରେ ସଂଗ୍ରାମ ଜାରି ରଖି ଓଡ଼ିଶା ରାଜ୍ୟ ସରକାର ଆମ ଦାବି କୁ ନଶୁଣିଲା ଯାଏଁ ଏ ଲଢେଇ ଜାରି ରହିବ ବୋଲି ମତପୋଷଣ କରିଥିଲେ।ମିଳିତ ମଞ୍ଚ ର ସଂପାଦକ ଯଚିନ୍ଦ୍ର ସ୍ୱାଇଁ ଆଗକୁ ସଂଘ ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଏକତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଓ ପୋଲିସ ବାହିନୀ ଉପସ୍ଥିତ ଥିଲେ। ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଦାବି ପତ୍ର ଗ୍ରହଣ କରି ବିଭାଗ ର ଅଧିକାରୀ ମାନଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ପଠାଇଦେବେ ବୋଲି ମତବ୍ୟକ୍ତ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ। ଶେଷରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ବଳରାମ ପୂଜାରୀ ଧନ୍ୟବାଦ୍ ଅର୍ପଣ କରିବା ସହ ରାଜ୍ୟ ସଂଘ ର ଆଗାମୀ ନିର୍ଦ୍ଦେଶ ଅନୁଯାୟୀ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।














