No Result
View All Result
୧୯ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ମୁଖ୍ୟ ବଜାରରେ ଘଟିଛି ଏକ ସଡ଼କ ଦୂର୍ଘଟଣା ଯାହାକି ସମସ୍ତଙ୍କୁ ଚକିତ କରାଇଲାଭଳି । ରାସ୍ତାକଡରେ ଠିଆ ହୋଇଥିବା ବେଳେ ପଛରୁ ପିଟିଦେଲା କାର୍ । ଦୁଇ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଦୁଇ ଯୁବକଙ୍କୁ ଭର୍ତ୍ତି କଲେ । ସେମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର କାଳୁଚରଣ ବେହେରା ଓ ଜିତେନ୍ଦ୍ର ମହାଙ୍କୁଡ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପାର୍କ ସାହି ଅଞ୍ଚଳର ପ୍ରମୋଦ ପାତ୍ର ,ମହେନ୍ଦ୍ରଗଡ଼ ଆସି ନିଜ ପରିବାର ସହ ପୁଣି ବ୍ରହ୍ମପୁର ଯାଉଥିବା ସମୟରେ ଚନ୍ଦ୍ରଗିରି ମୁଖ୍ୟ ବଜାରରେ ଘଟିଥିଲା ଏଭଳି ଦୂର୍ଘଟଣା । ତେବେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ମାମଲା ରୁଜୁ କରି ଡ୍ରାଇଭରକୁ ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଏହି ଦୂର୍ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜ୍ ମଧ୍ୟ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
ରାସ୍ତା କଡ଼ରେ ବ୍ୟକ୍ତି ଜଣଙ୍କ ନିଜ ବାମପଟରେ ଚାଲି ଚାଲି ଯାଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହ କାନ୍ଧରେ ହାତ ପକାଇ କିଛି କଥା ହେଉଥିଲେ । ଆଉ ଠିକ୍ ସେତିକି ବେଳେ ପଛପଟୁ ଗୋଟିଏ ନାଲି ରଙ୍ଗର କାର ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଉଥିବା ବେଳେ କିଛି ଲୋକ କାରଟିକୁ ଅଟକାଇ ଥିଲେ । ଆଉ ସେତିକି ବେଳେ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟୁ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

No Result
View All Result