ଓଡିଶା ତାଜା ନ୍ୟୁଜ୍ (୦୨ ଜୁନ୍, ମଙ୍ଗଳବାର) ନୟାଗଡରେ ରାତ୍ରିକାଳୀନ କର୍ଫ୍ୟୁ :- ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଆଜି ସନ୍ଧ୍ୟା 7 ଟା ପରେ ସାଥିରେ ଏସ. ପି, ଡି.ଏଫ.ଓ, ଅତିରିକ୍ତଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ସମଗ୍ର ସହର ନିଜେ ପ୍ରଦକ୍ଷିଣ କରଥିଲେ ।
ଆଇନ ଅମାନ୍ୟ କାରି ତଥା ରାତ୍ରୀ କାଳୀନ କର୍ଫ୍ୟୁକୁ ଯେଉଁ ମାନେ ଅବମାନନା କରୁଛନ୍ତି ସେମାନଙ୍କ ପ୍ରତି କଠୋର ହୋଇଛନ୍ତି ଜିଲ୍ଲାପାଳ । ବହୁତ ବେଆଇନ ପାର୍କିଂରେ ଥିବା ବାଇକ କୁ ଜବତ ପାଇଁ ନିର୍ଦେଶ ଦେଇଥିବା ଜଣା ପଡିଛି । ଆଇନ ଭାଙ୍ଗି କିଛି ବ୍ୟବସାୟୀ କର୍ଫ୍ୟୁ ସମୟରେ ବେପାର କରୁଥିବା ଦେଖି ସମସ୍ତ ଜିନିଷ ପତ୍ର ସିଜ କରିବା ପାଇଁ କହିଥିଲେ ।
ଏହି କାର୍ଯ୍ୟାନୁଷ୍ଠାନ ସମୟରେ ମୁନିସିପାଲିଟି ନିର୍ବହୀଅଧିକାରୀ ଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିବା ଦେଖା ଯାଇଛି । ତେବେ ନୟାଗଡ ଜିଲ୍ଲାପାଳ ଙ୍କ ଏହି କର୍ତ୍ତବ୍ୟପରାୟଣ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ପ୍ରକାଶ ପାଇଛି । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com