୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- ବିଶ୍ବର ସର୍ବ ବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା, କଟକର ବାଲିଯାତ୍ରା ଉଦଯାପିତ ହୋଇଛି । ଚଳିତ ବର୍ଷ ୧୦ ଦିନ ଧରି ଚାଲିଥିବା ମେଳାରେ , ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଥିଲା ଐତିହାସିକ କଟକ ବାଲିଯାତ୍ରାରେ । ଶେଷ ଦିନରେ ଦର୍ଶକଙ୍କ ଅସଂଖ୍ୟ ଭିଡ ଦେଖିବାକୁ ମିଳିଥିଲା । ବ୍ୟବସାୟ ହେଉ ବା ଗ୍ରାହକଙ୍କ ଗହଳି, ପୂର୍ବ ବର୍ଷ ତୁଳନାରେ ଏଥରର ବାଲିଯାତ୍ରା ରେକର୍ଡ଼ କରିଛି । ଗତ ଦୁଇ ବର୍ଷ ଧରି ମେଳା ବନ୍ଦ ଥିବାରୁ ଏହାର ସିଧାସଳଖ ଫାଇଦା ଉଠାଇଛନ୍ତି ଦର୍ଶକ ।କିଣାକିଣି ସାଙ୍ଗକୁ ବୁଲାବୁଲିର ମଜା ଉଠାଇଛନ୍ତି ଲୋକେ । ବୁଲି ବୁଲି ପାଦ ଥକିଗଲେ ବି ଖୋଜି ଖୋଜି ଘରକରଣା ସାମଗ୍ରୀ କିଣି ନେଇଛନ୍ତି ଗୃହିଣୀ ମାନେ । ବାଲିଯାତ୍ରା ଗୋଟିଏ ଦିନ ବଢିଥିଲେ ବି ଯେପରି ମନ ମାନୁନଥିଲା ବାଲିଯାତ୍ରା ପ୍ରେମୀଙ୍କର । କାହିଁ କେତେ ସୁଦୂରରୁ ଆସିଛନ୍ତି , ରବିବାରରେ ସର୍ବାଧିକ 17 ଲକ୍ଷ ଜନସମାଗମ ବାଲିଯାତ୍ରାରେ ହୋଇଥିବା ବେଳେ, ଶେଷ ଦିନରେ ମଧ୍ୟ ପାଖାପାଖି 7 ଲକ୍ଷ ଲୋକ ଙ୍କ ସମାଗମ ହୋଇଥିଲା ।ଚଳିତବର୍ଷ ବାଲିଯାତ୍ରା ର ପରିଧି ବିସ୍ତାର କରିଥିବା ବେଳେ କିଛି ନୂଆ ନୂଆ ଷ୍ଟଲ୍ ଓ ଜିନିଷ ଦେଖିବାକୁ ମିଳିଥିଲା ।କଟକ ଇନ୍ କଟକ ହେଉ ବା ଲେଜର ସୋ ହେଉ ହାଇକୋର୍ଟ ହେଉ ବା ସେଲ୍ଫି ଜୋନ ସବୁ କିଛି ଦର୍ଶକଙ୍କ ମନ ମୋହିଥିଲା । ସେହିଭଲି ବାଲିଯାତ୍ରା ର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ପାଖାପାଖି ୧୮୦୦ ଷ୍ଟଲରେ ହୋଇଛି ରେକର୍ଡ଼ ସଂଖ୍ୟକ ବ୍ୟବସାୟ । ୧୦ ଦିନରେ ପାଖାପାଖି ୨ ଶହ ୫୦ କୋଟି ଟଙ୍କାର ହୋଇଛି ବ୍ୟବସାୟ । କେବଳ ଓରମାସ ୨୫ କୋଟିରୁ ଅଧିକ ବ୍ୟବସାୟ କରିଛି । ଘମାଘୋଟ ବିକ୍ରି ପରେ ବଂଚି ଯାଇଥିବା ଜିନିଷକୁ ନେଇ ହେବ ଷ୍ଟକ୍ କ୍ଲିୟରାନ୍ସ ସେଲ୍ , ସେହିପରି ଚଳିତବର୍ଷ ବାଲିଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ତେବେ ଚଳିତବର୍ଷ ଏହି ଐତିହ୍ୟ ସମ୍ପନ୍ନ ଆୟୋଜନ ସଫଳ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଜୋରଦାର ଉଦ୍ୟମ କରିଥିଲେ ।