No Result
View All Result
୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟ ରତ ଥିବା ସ୍ୱଚ୍ଛ ସାଥି ଓ ସୁପ ଭାଇଜାର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱଚ୍ଛ ସାଥି ସଙ୍ଘଠନର ସଭାନେତ୍ରୀ ଜ୍ୟୋତି ରଶ୍ମି ଦାସଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୌରପରିଷଦର ସମସ୍ତ କାର୍ଯ୍ୟରତ ସ୍ୱଚ୍ଛ ସାଥି ଓ ସୁପଭାଇଜର ମାନେ ଦରମା ବୃଦ୍ଧି ପାଇଁ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକିଗତସେପ୍ଟେମ୍ବର ୧୧ତାରିଖ ୨୦୧୯ ମସିହାରୁ ପ୍ରତ୍ୟେକ ୱାଡ଼ରେ ସ୍ୱଚ୍ଛତା କାର୍ଯ୍ୟ, ବର୍ଜ୍ୟବସ୍ତୁ ଅଲଗା ଅଲଗା ସଂଗ୍ରହ କରିବା, ୱାଡ଼ର ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ,
ସ୍ୱୟଂ ସହାୟକ ମହିଳା ସଂଘର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାସିକ ଘର ପିଛା ୩୦ ଟଙ୍କା ଲେଖାଏଁ କର ମଧ୍ୟଆଦାୟ,କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କରିବା, କରୋନା ପୀଡିତ ଲୋକଙ୍କୁ ସରକାରଙ୍କ ତରଫରୁ ଔଷଧ ଯୋଗାଣ କାର୍ଯ୍ୟ ଏବଂ ଖାଦ୍ୟ ବଣ୍ଟନ କାର୍ଯ୍ୟ କରିବା, ସବୁ ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ ସାଥି ସୁପ୍ରଭାଇଜର କେବଳବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ପାଇଁ ନିର୍ଯୁକ୍ତି ପାଇଥିବା ବେଳେ ସେଥି ବାବଦକୁ ଆମକୁ ଦିନକୁ ୧୩୩ଟଙ୍କା ହିସାବରେ ମାସିକ ୪୦୦୦
ଟଙ୍କା ପାରିଶ୍ରମିକ ରାଶି ମିଳୁଅଛି ।
କିନ୍ତୁ ସବୁ ପ୍ରକାର ସରକାରୀ ଏବଂ ପୌର ସଂସ୍ଥା ତରଫରୁ ଯେତେବେଳେ ଯେଉଁ କାମ ଦିଆଯାଉଛି। ଆମର କାର୍ଯ୍ୟ ପାଇଁ ଆମକୁ ଗୋଟିଏ ଲେଖାଏଁ ନିର୍ଯୁକ୍ତି ପ୍ରମାଣ ପତ୍ର ଦିଆଯାଉ ଏବଂ ଆମ ପାରିଶ୍ରମିକରେ ବୃଦ୍ଧି କରାଯାଉ ବୋଲି ଏକ ସ୍ମାରକପତ୍ର ଜିଲ୍ଲା ପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।

No Result
View All Result