୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଆଳରେ କାଲି ପର୍ୟ୍ୟନ୍ତ କେହି ନାମାଙ୍କନ ଭରି ନ ଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସରେ ଭିଡ଼ ଜମାଇଥିଲେ । ରାଜନୈତିକ ଦଳ ଭାବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଥମେ ନାମାଙ୍କନ ଭରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗପଛ ହୋଇ ନାମାଙ୍କନ ଭରିଥିଲେ ।
[gallery ids="90568,90569,90570"]
ବିଜେଡି ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହା

ବିଜେଡି ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହା ଦଳୀୟ ନେତାଙ୍କ ଗହଣରେ ନାମାଙ୍କନ ଭରିବାକୁ ଉପଜିଲ୍ଲାପାଳଙ୍କ ଅଫିସ ଆସିଥିଲେ । ତାହା ପୁଣି ବିନା ଶୋଭାଯାତ୍ରାରେ । ପାଇକମାଳର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବାପା ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବାକୁ ଆସିଥିଲେ । ସାଙ୍ଗରେ ଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ।
[gallery ids="90577,90578,90579"]
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ

କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସାଙ୍ଗରେ ଥିଲେ । ଉପଜିଲ୍ଲାପାଳଙ୍କ ଅଫିସରୁ ଫେରୁଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାମନାରେ ଦେଖି ପ୍ରାର୍ଥୀ ଶ୍ରୀ ପୁରୋହିତ ଅଟକି ଯାଇ ତାଙ୍କର ଆଶୀର୍ବାଦ ନେଇଥିଲେ ।
[gallery ids="90574,90575,90576"]
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, କେ.ଭି.ସିଂହଦେଓ ପ୍ରମୁଖ ସାଙ୍ଗରେ ଥିଲେ । ଉପଜିଲ୍ଲାପାଳଙ୍କ ଅଫିସରୁ ଫେରୁଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାମନାରେ ଦେଖି ପ୍ରାର୍ଥୀ ଶ୍ରୀ ପୁରୋହିତ ଅଟକି ଯାଇ ତାଙ୍କର ଆଶୀର୍ବାଦ ନେଇଥିଲେ । ପୂର୍ବରୁ ପ୍ରଥମ ବ୍ୟକ୍ତି ଭାବେ ଜୟନ୍ତ ଥପ୍ପା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ସମୁଦାୟ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଦୀପ ପୁରୋହିତ ଧାରଣାରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ଥିଲେ । କିଏ ଆଗ ନାମାଙ୍କନ ଭରିବ ତାକୁ ନେଇ ଛକାପଂଝା ଲାଗି ରହିଥିଲା ।