• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଦ୍ମ ପୋଖରୀରେ ଶୁଭୁଛି ଶଙ୍ଖ ର ଧ୍ଵନୀ – ପଦ୍ମପୁର

Proprietor Abhimanyu Maharana by Proprietor Abhimanyu Maharana
November 17, 2022
in ଓଡ଼ିଶା, ବରଗଡ଼, ରାଜନୀତି, ହୋମ୍
0
ପଦ୍ମ ପୋଖରୀରେ ଶୁଭୁଛି  ଶଙ୍ଖ ର ଧ୍ଵନୀ – ପଦ୍ମପୁର
Share on FacebookShare on TwitterWhatsapp

ବିଜେପି ନେତାଙ୍କ ଘରେ ବିଜେଡ଼ି ପ୍ରାର୍ଥୀ ଏହାକୁ ନେଇ ରାଜ୍ୟ ରାଜନୀତି ରେ ଚାଲିଛି ହଟଚମଟ । ପଦ୍ମପୁର ଉପନିର୍ବାଚନ ଏବେ କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା ।

୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି ନୂଆ ଟ୍ଵୀଷ୍ଟ୍ , ବିଜେପି ଘରେ ବିଜେଡିର ନାଟ ଚାଲିଥିବା ସାଧାରଣତଃ ଦେଖିବାକୁ ମିଳିଛି । ବିଜେପି ନେତାଙ୍କ ବୋହୂ ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଏଭଳି ଚର୍ଚ୍ଚା ରାଜନୀତି ପାଣିପାଗକୁ ଅଧିକ ସରଗରମ କରିଦେଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁରେ ବିଜେପିର ଶୀର୍ଷ ନେତୃବୃନ୍ଦ ମୋହର ମାରିଥିଲେ । ଏହାପରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ନାଁ ଘୋଷଣା କରିଥିଲା ।

ଶେଷରେ ବିଜେଡି ବର୍ଷାଙ୍କ ନାଁ ଘୋଷଣା କରି ରାଜନୀତିର ସେୟାର ବଜାରରେ ହଟଚମଟ ସୃଷ୍ଟି କରିଛି। ବିଜେଡି ଟିକେଟ ପାଇଁ ଅନେକ ଲୋକ ଆଶାୟୀ ଥିଲେ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା ଏବଂ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା ଟିକେଟ ଦୌଡ଼ରେ ରହିଥିଲେ । ଶେଷରେ ବିଜୟଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କ ନାଁରେ ବିଜେଡି ସୁପ୍ରିମୋ ଷ୍ଟାମ୍ପ ମାରିଥିଲେ । ବର୍ଷା ଏବେ ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଳାଇଛନ୍ତି …।

କାହିଁକି ବର୍ଷା ହେଲେ ବିଜେଡି ପ୍ରାର୍ଥୀ…?

ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ବିଜେଡି ବିଜୟରେ ବ୍ରେକ ଲାଗିଥିଲା । ବିଜେପି ପ୍ରାର୍ଥୀ ଜିତିବା ପରେ ବିଜେଡି ଶିବିରକୁ ଶକ୍ତ ଆଘାତ ଲାଗିଥିବା କୁହାଯାଉଛି । ଯେପରି ବିଜେପି ନେତା ଙ୍କ ପୁତ୍ର କୁ ଧାମନଗର ନିର୍ବାଚନରେ ଅନୁକମ୍ପା ଭୋଟ ମିଳିଥିଲା ସେପରି ପଦ୍ମପୁର ନିର୍ବାଚନ ରେ ଦିବଙ୍ଗତ ବିଧାୟକଙ୍କ ଝିଅ ବର୍ଷାଙ୍କୁ ନିର୍ବାଚନ ଦୌଡରେ ରଖିଲେ ଅନୁକମ୍ପା ଭୋଟ ହାତେଇବା ର ପୂର୍ବାନୁମାନ କରିଛି ବିଜେଡ଼ି । ତେଣୁ ପଦ୍ମପୁରରେ ଯେମିତି ଧାମନଗର ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ବିଜେଡି ଅତି ସତର୍କତାର ସହ ବର୍ଷାଙ୍କ ନାଁ ଘୋଷଣା କରିଥିବା ଚର୍ଚ୍ଚା ହେଉଛି ।

ପ୍ରଥମ କଥା ହେଉଛି ବର୍ଷା ହେଉଛନ୍ତି ଜଣେ ମହିଳା । ବିଜେଡି ଏବେ ବିଭିନ୍ନ ଉପନିର୍ବାଚନରେ ମହିଳା କାର୍ଡ ଖେଳୁଛି । ବ୍ରଜରାଜନଗର ଉପନିର୍ବାଚନ ବେଳେ ବିଜେଡି ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ସେହିପରି ଧାମନଗରରେ ମଧ୍ୟ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଲଢ଼ିଥିଲା । ତେଣୁ ପଦ୍ମପୁରରେ ମହିଳା କାର୍ଡ ସଫଳ ହୋଇପାରେ ବୋଲି ବିଜେଡିର ରଣନୀତିକାର ମାନେ ଅଙ୍କ କଷିଛନ୍ତି ।

ଦ୍ୱିତୀୟ କଥା ହେଉଛି ବର୍ଷା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ । ୨୦୧୯ରୁ ୨୦୨୨ ଭିତରେ ଯେଉଁଠି ଉପନିର୍ବାଚନ ହୋଇଛି ସେଠି ବିଜେଡି ପ୍ରାୟତଃ ଅନୁକମ୍ପା ଭୋଟ ଲାଗି ଉଦ୍ୟମ କରିଛି । ଏଠାରେ ମଧ୍ୟ ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡ଼ି ଗୋଟି ଚାଳନା କରିଛି ତେଣୁ ପଦ୍ମପୁରରେ ମଧ୍ୟ ଏହି ଫର୍ମୁଲା ପ୍ରୟୋଗ କରାଯାଇଥିବା ଚର୍ଚ୍ଚା ହେଉଛି ।

ଅନ୍ୟ ପଟେ ବର୍ଷା ବର୍ତ୍ତମାନ ବିଜେପି ନେତାଙ୍କ ପରିବାରର ବୋହୂ। ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ପୁଅଙ୍କୁ ବର୍ଷା ବିବାହ କରିଛନ୍ତି । ରମାରଞ୍ଜନ ଏବେ ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ନେତା । ବିଜେପି ନେତାଙ୍କ ପରିବାରର ବୋହୂଙ୍କୁ ପଦ୍ମପୁରରେ ଟିକେଟ ଦେବା ପଛରେ ବଡ଼ ରାଜନୀତିକ କାରଣ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ପଦ୍ମପୁରରେ ବିଜେପିର ଭଲ ସଙ୍ଗଠନ ରହିଛି । ୨୦୧୪ ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ୨୦୧୯ରେ ବିଜୟ ପୁଣି ପ୍ରଦୀପଙ୍କୁ ପରାଜିତ କରିଥିଲେ । ଗତ କିଛି ମାସ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିଥିଲା । ପଦ୍ମପୁର ନିର୍ବାଚନମଣ୍ଡଳୀ ଭିତରେ ରହିଥିବା ୮ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ଖାତାକୁ ୪ଟି ଆସିଥିଲା । ତେଣୁ ବିଜେପିକୁ ଚଳିତ ଉପନିର୍ବାଚନରେ ଝଟକା ଦେବା ଲାଗି ବର୍ଷା ବଡ଼ ସହାୟକ ହେବେ ବୋଲି ଚର୍ଚ୍ଚା ହେଉଛି ।

ରମାରଞ୍ଜନ କାହାର … ଦଳର ନା ବୋହୂର…?

ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ଏବେ ରମାରଞ୍ଜନ ବଳିୟାରସିଂଙ୍କ ଉପରେ ରହିଛି । ଶ୍ଵଶୁର ରମା ରଞ୍ଜନ ବୋହୂ ବର୍ଷା ଙ୍କୁ ଦଳୀୟ ପ୍ରଚାର ପ୍ରସାର ରେ ସାହାଯ୍ୟ ନକଲେ ବି ତାଙ୍କ ମନୋବଳ ଦୃଢ଼ ପାଇଁ ମାନସିକ ଭାବେ ତାଙ୍କ ସାଙ୍ଗରେ ରହିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ ପଦ୍ମପୁର ଉପନିର୍ବାଚନରେ ରମା ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନା ନୀରବ ରହିବେ ତାହା ହିଁ ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।

ରମାରଞ୍ଜନ ପୂର୍ବରୁ ବିଜେଡିରେ ଥିଲେ । ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ପଦ୍ମପୁର ଉପନିର୍ବାଚନର ଫଳାଫଳ କ’ଣ ହେବ ତାହା ତ ଭିନ୍ନ କଥା । କିନ୍ତୁ ପଦ୍ମପୁର ଉପନିର୍ବାଚନରେ ଦୁଇ ଦଳ ମଧ୍ୟରେ ଲଢ଼େଇ ପୂରା ଜୋରଦାର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version