ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ହିମାଂଶୁ ଭୂଷଣ ପଣ୍ଡା ଏ ସଂପର୍କିତ ସରକାରୀ ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋକପାତ କରିଥିଲେ । ସେହିଭଳି କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲାୟାଲମ୍ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସୂଚନା ଦେଇଥିଲେ ।
ପରେ ସଦସ୍ୟ ମଣ୍ଡଳୀ ଓଡ଼ିଶା ବିଧାନସଭା ଗୃହ ଓ ଅନ୍ୟାନ୍ୟ ବିଭାଗ ପରିଦର୍ଶନ କରିଥିଲେ । ଓଡ଼ିଶା ବିଧାନସଭା ପକ୍ଷରୁ ସଚିବ ଶ୍ରୀ ଦାଶରଥୀ ଶତପଥୀ କମିଟିକୁ ସ୍ୱାଗତ କରିଥିବାବେଳେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ, ବିଧାନସଭାର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । 
© 2023 Odisha Taza News.