୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଏବଂ ଚିତ୍ରକୋଣ୍ଡା ବ୍ଲକ ର ବାଲିମେଳା ଜଳ ଭଣ୍ଡାର ଘେରରେ ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ଆଜି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଫାଇବର ଡଙ୍ଗା ବଣ୍ଟନ କରାଯାଇଛି। ତେବେ ନିଜ ଜୀବନ କୁ ବାଜି ଲଗାଇ କାଠ ଡଙ୍ଗା ମାଧ୍ୟମରେ ମତ୍ସ୍ୟ ଚାଷ କରୁଥିବା ହେତୁ ଆଜି ସେମାନଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।
ତେବେ ମୋଟ ୬୦ ଟି ଫାଇବର ଡଙ୍ଗା ମଧ୍ୟରୁ ଅଣ୍ଡିରାପାଲ୍ଲୀ ଗ୍ରାମକୁ ୨୦, ଯନ୍ତ୍ରୀ ଗ୍ରାମ କୁ ୨୦, ପଣସପୁଟ ଗ୍ରାମ କୁ ୧୮, ପିପଲାପଦର ଗ୍ରାମ କୁ ୨ ଗୋଟି ଡ଼ଙ୍ଗା ଏବଂ ୨୦ କିଲୋ ମାଛ ଜାଲ ସମେତ ୨ ଟି ଲେଖାଏଁ ଲାଇଭ ଜାକେଟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟ ରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ,
ମାଥିଲି ଅଧ୍ୟକ୍ଷ ମହେଶ ବାକା, ସାଂସଦ ପ୍ରତିନିଧି ମଦନ ଖୋସଲା, ବିଧାୟକ ପ୍ରତିନିଧି ଏ ଦେବାଶିଷ ପାତ୍ର, ବାଲିମେଳା ବିଜେଡି ନଗର ସଭାପତି ମଙ୍ଗଳା ପାଙ୍ଗି ,ସମନାଥ ବାର୍ଷେ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଉପ ମତ୍ସ୍ୟ ନିର୍ଦ୍ଦେଶକ କୋରାପୁଟ ଜୋନ ମାଲକାନଗିରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।















