No Result
View All Result
୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ପଞ୍ଚାୟତ ର ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ପରିବାରକୁ ୨ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନା ରେ ପ୍ରଦାନ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ନୂଆଗାଁ ସରପଞ୍ଚ ଅମିତା ପରିଡ଼ା ଏବଂ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଉପସ୍ଥିତ ରହି ନୂଆଗାଁ ଗ୍ରାମ ପଞ୍ଚାୟତ ର ମୃତ୍ୟୁ ବରଣ କରିଥିବା ଚନ୍ଦ୍ରକଳା ଜାନୀ,
ନାରାୟଣ ପ୍ରଧାନ,ବୁଧେଇ ବେୱା,ସବିତା ସାହୁ, ଅମର ନାଏକ, ପଦ୍ମନାଭ ପରିଡ଼ା,ଜୟ ନାଏକ ,ସୁଦର୍ଶନ ଜାନୀ,ଗଦାଧର ବାରିକ,ସୁଦାମ ନାଏକ ଏହିପରି ୨୦ ଜଣ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ରେ ୨ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ। ମୃତ ପରିବାର ଲୋକଙ୍କୁ ଟଙ୍କା ପ୍ରଦାନ ସମୟରେ ନାଏବ ସରପଞ୍ଚ ବସନ୍ତ ପ୍ରଧାନ,
ଭି ଏଲ୍ ଡବ୍ଲୁ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସଫଳ ରୂପାୟନ ପାଇଁ ନୂଆଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅମିତା ପରିଡ଼ା ଏବଂ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଙ୍କ ପ୍ରଚେଷ୍ଟା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।


No Result
View All Result