ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଡାକ୍ତର ସାଗର ବାଲା, ଅଂଶଗ୍ରହଣ କରିଥିଲେ । ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ରେ ଅତିଥି ମାନେ ଗତ ଦୁଇବର୍ଷ ଧରି କୋବିଡ ସମୟରେ ସଂଘ ତରଫରୁ ଜନସାଧାରଣଙ୍କୁ ସଚେତନତା କରିବା, ଗରୀବଙ୍କୁ ସହାୟତା, ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ପଲିଥିନ ବର୍ଜନ, ସଫେଇ କାର୍ଯ୍ୟରେ ନିୟୋଜିତ କରିବା ସହ ଆଜି ଜାତୀୟ ପ୍ରେସ ଦିବସରେ ରକ୍ତଦାନ କରି ସମାଜକୁ ଦିଗଦର୍ଶନ ଦେଖାଇଛନ୍ତି ।
ସଂଘର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ଉପସଭାପତି ପ୍ରଭାକର ସୁନା, ସମ୍ପାଦକ ସତ୍ୟନାରାୟଣ ଦାସ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳରୁ ୫୦ରୁ ଉଦ୍ଧ ଖବରଦାତା ଅଂଶଗ୍ରହଣ କରିଥଇଲେ । ଏହି ଶିବିରରେ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡାକ୍ତର ଶ୍ରୀ ବାଲା ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ

© 2023 Odisha Taza News.