ଅନ୍ୟ ପକ୍ଷରେ ନର୍ଲା ଓ ବିନେକେଲା ମଧ୍ୟରେ ଅନୁଷ୍ଠିତ ଖେଳରେ ନର୍ଲା ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ ହେବାପରେ କେସିଙ୍ଗା ଓ ନର୍ଲା ମଧ୍ୟରେ ଶେଷ ଫାଇନାଲ ଖେଳ ହୋଇଛି । ଏଥିରେ ନର୍ଲା କେସିଙ୍ଗା ଫୁଟବଲ ଦଳ ଠାରୁ ୨-୦ ଗୋଲରେ ବିଜୟୀ ହୋଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲା ।
ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ଗାଡେବନ୍ଧ ସରପଂଚ କବିତା ବାଗ, ସମିତି ସଦସ୍ୟା ସୁଜାତା ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଟିକେ ଲାଲ୍ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

© 2023 Odisha Taza News.